www.samajalive.in
Friday, December 5, 2025
17.1 C
Bhubaneswar

ଲେଖାହେବ ନୂଆ ଇତିହାସ; ପାକିସ୍ତାନରେ ନିର୍ବାଚନ ଲଢିବେ ପ୍ରଥମ ହିନ୍ଦୁ ମହିଳା

ଇସଲାମାବାଦ : ଇତିହାସରେ ପ୍ରଥମ, ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ୮ ଫେବ୍ରୁଆରୀ ୨୦୨୪ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଖାୟବର ପାଖତୁନଖ୍ୱା ବୁନୈର ଜିଲାରେ ହିନ୍ଦୁ ମହିଳା ସବେରା ପ୍ରକାଶ ନିର୍ବାଚନ ଲଢିବେ। ସବେରା ପାକିସ୍ତାନ ପିପୁଲ୍ଫ ପାର୍ଟି (ପିପିପି) ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି। ସବେରାଙ୍କ ବାପା ଓମ ପ୍ରକାଶ ଅବସରପ୍ରାପ୍ତ ଡାକ୍ତର ହୋଇଥିବା ବେଳେ ସେ ମଧ୍ୟ ପିପିପିର ଗତ ୩୫ ବର୍ଷ ଧରି ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଆସନ୍ତା ଫେବ୍ରୁଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ସବେରା ପ୍ରଥମ ମହିଳା ଭାବେ ପାକିସ୍ତାନର ସାଧାରଣ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ହିନ୍ଦୁ ମହିଳା ସବେରା ୨୦୨୨ ମସିହାରେ ପାକିସ୍ତାନର ଆବଟ୍ଟାବାଦ ଆନ୍ତର୍ଜାତୀୟ ମେଡିକାଲ କଲେଜରୁ ଏମ୍‌‌ବିବିଏସ୍‌‌ ସମାପ୍ତ କରିଛନ୍ତି।
ସେ କହିଛନ୍ତି ଯେ ଖରାପ ପରିଚାଳନା ତଥା ସରକାରୀ ଡାକ୍ତରଖାନାରେ ବାଧ୍ୟତାମୂଳକ କାର୍ଯ୍ୟ ହେତୁ ଡାକ୍ତର ଭାବରେ ତାଙ୍କର ଅଭିଜ୍ଞତା ପରେ ନିର୍ବାଚିତ ବିଧାୟକ ହେବାର ସ୍ୱପ୍ନ ଆସିଥିଲା। ସେ ସେହି ଅଞ୍ଚଳର ଗରିବ ଲୋକଙ୍କ ପାଇଁ କାମ କରିବାରେ ତାଙ୍କ ପିତାଙ୍କୁ ଅନୁସରଣ କରିବାକୁ ଚାହୁଁଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories