www.samajalive.in
Saturday, December 6, 2025
15.1 C
Bhubaneswar

ସୂଚନା ଅଧିକାର ଅଭିଯାନର ମହାସମ୍ମିଳନୀ ଉଦ୍‌‌ଯାପିତ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଗାନ୍ଧୀଛକସ୍ଥିତ ପୌର ଟାଉନହଲ ପରିସରରେ ଓଡ଼ିଶା ସୂଚନା ଅଧ୍‌‌ôକାର ଅଭିଯାନ ପକ୍ଷରୁ ୨ଦିନ ବ୍ୟାପ ଚାଲିଥିବା ରାଜ୍ୟ ସ୍ତରୀୟ ମହାସମ୍ମିଳନୀ ରବିବାର ଉଦ୍‌‌ଯାପିତ ହୋଇଯାଇଛି। ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋ ଦଳର ନେତା ଶେଷଦେବ ନନ୍ଦ, ଅକ୍ଷୟ କୁମାର, ଓକିଲ ଲଳିତ ମୋହନ ମିଶ୍ର, ଖବରଦାତା ସନ୍ଦିପ ସାହୁ, ଶାକ୍ୟ ସିଂ ମହାପାତ୍ର, ଆଇନଜିବୀ ସୁଧିର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଗଣତନ୍ତ୍ରରେ ଓସା ବିରୋଧୀ ଦଳର ଭୂମିକା ନିର୍ବାହ କରୁଥିବା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓସା ତରଫରୁ ବିଭିନ୍ନ ବିଷୟକୁ ନେଇ ୬ଟି ପ୍ରସ୍ତାବ ପାରିତ କରାଯାଇଥିଲା। ଆଗାମୀ ଦିନରେ ସୂଚନା ଅଧିକାର ଆଭିଯାନ ପ୍ରଶିକ୍ଷଣ ଜାରୀ ରଖିବା ସହ ଦୁର୍ନୀତି ବିରୁଦ୍ଧରେ ଲଢାଇ ଜାରୀ ରଖିବ ବୋଲି ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା। ଚୌଦ୍ୱାର ଆବାହକ ଭୀମସେନ ବିଶ୍ୱାଳ, ମନୋଜ ସାହୁ, ରଂଜିତ୍‌‌ ମଲ୍ଲିକ, ଅଶ୍ୱିନୀ ଜେନା, ଜିତେନ୍ଦ୍ର ସାହୁ, ସର୍ବେଶ୍ୱର ବେଉରା, ପ୍ରତାପ ମହାନ୍ତି, ପ୍ରକାଶ ଦାଶ, ପ୍ରଭାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟର ୧୫ଟି ଜିଲ୍ଲାରୁ ୨୫୦ଜଣ କାର୍ଯ୍ୟକର୍ତ୍ତା ଏଥିରେ ଅଂଶ ଗ୍ରହଣ କରିଥିଲେ। ଓସାର ରାଜ୍ୟ ସହ ସଂଯୋଜକ ଶ୍ରୀକାନ୍ତ ପାକଳ ମଞ୍ଚ ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories