www.samajalive.in
Wednesday, December 10, 2025
16.1 C
Bhubaneswar

ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ କଂଗ୍ରେସର ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ: ବିରୋଧୀ ଦଳ ମାନଙ୍କର ୧୪୧  ସାଂସଦଙ୍କୁ ପାର୍ଲିଆମେଣ୍ଟରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଆଜି କନ୍ଧମାଳ ଜିଲା କଂଗ୍ରେସପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିଛି ଦଳ। ବିପକ୍ଷକୁ ସଂସଦରେ କହିବାର ସୁଯୋଗ ଦେବା ପରିବର୍ତେ ସେମାନଙ୍କ ଅନୁପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ କରାଇ ନେବାପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଚାଲ ବୋଲି ସ୍ମାରକପତ୍ରରେ କୁହାଯାଇଛି।
ଏହାଦ୍ବାରା ବିଶ୍ବ ଦରବାରରେ ଭାରତ ଲଜ୍ଜିତ ହେଉଛି ବୋଲି କହିଛି କଂଗ୍ରେସ। ଆଜି ସାରା ଦେଶରେ ଏହାର ପ୍ରତିବାଦରେ ସ୍ମାରକପତ୍ର ପ୍ରଦାନ କରାଯାଉଥିବା ବେଳେ ଫୁଲବାଣୀ ଠାରେ କଂଗ୍ରେସ ନେତା ଓ କର୍ମୀ କନ୍ଧମାଳ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ବରିଷ୍ଠ ନେତା ଘନ କୁମାର ଶବରଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା,ବିଜୟ ମହାନ୍ତି, ଅନୁପମ କହଁର, ହେମନ୍ତ କର, ସଂସାର ଭୋଇ,ସଞ୍ଜୟ କହଁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories