www.samajalive.in
Saturday, December 6, 2025
26.1 C
Bhubaneswar

ସାମସଙ୍ଗ ଗାଲାକ୍ସି ଜେ-୬ପ୍ଲସ ଏବଂ ଜେ-୮ରେ ମଳିବ ରିଆତି

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀ ନିଜର ଦୁଇଟି ସ୍ମାର୍ଟଫୋନରେ ରିଆତି ଘୋଷଣା କରିଛି। ଏହି ଦୁଇଟି ଫୋନର ନାମ ‘ସାମସଙ୍ଗ ଗାଲାକ୍ସି ଜେ-୬ପ୍ଲସ’ ଏବଂ ‘ଗାଲାକ୍ସି ଜେ-୮’। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସାମସଙ୍ଗ ଗାଲାକ୍ସି ଜେ-୬ପ୍ଲସକୁ ୧୫,୯୯୦ ଟଙ୍କା ଏବଂ ଗାଲାକ୍ସି ଜେ-୮କୁ ଜୁନ ମାସରେ ୧୮,୯୯୦ ଟଙ୍କାରେ ଲଞ୍ଚ କରଯାଇଥିଲା। ମାତ୍ର ରିଆତି ପରେ ଏହି ଦୁଇଟି ଫୋନ ମୂଲ୍ୟରେ ହ୍ରାସ ଘଟିଛି। ରିଆତି ପରେ ସାମସଙ୍ଗ ଗାଲାକ୍ସି ଜେ-୬ ପ୍ଲସକୁ ୧୪,୪୯୦ ଟଙ୍କା ଏବଂ ଗାଲାକ୍ସି ଜେ-୮କୁ ୧୫,୯୯୦ ଟଙ୍କାରେ କିଣିପାରିବେ। ଏହି ଦୁଇଟି ଫୋନ ଫ୍ଲିପକାର୍ଟ, ଆମାଜନ ଏବଂ ସାମସଙ୍ଗର ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ଏହି ଦୁଇଟି ଫୋନରେ ୧୮.୫:୯ଆସପେକ୍ଟ ରେଶିୟୋ ଥିବା ଇନଫିନିଟି ଡିସପ୍ଲେ ଦିଆଯାଇଛି।


‘ସାମସଙ୍ଗ ଗାଲାକ୍ସି ଜେ-୬ପ୍ଲସ’ର ବିଶେଷତ୍ୱ
‘ଗାଲାକ୍ସି ଜେ-୬ପ୍ଲସ’ରେ ଆଣ୍ଡ୍ରଏଡ ଓରିୟୋ ୮.୧ରହିଛି ଏବଂ ଏହି ଫୋନରେ ୬ଇଞ୍ଚର ଏଚ୍‍ଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୭୨୦/୧୪୮୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮.୫:୯ ରହିଛି। ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୪୨୫ପ୍ରୋସେସର ରହିଛି। ଏହି ଫୋନରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲର ରହିଛି। ଏହି ଫୋନରେ ୩୩୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି। ଏହି ଫୋନରେ ୪ଜିବି ରାମ ସହିତ ୬୪ଜିବିର ଷ୍ଟୋରେଜ ମିଳିବ।

- Advertisement -

‘ସାମସଙ୍ଗ ଜେ-୮’ର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ ସପୋର୍ଟ, କ୍ୱାଲାକମର ସ୍ନାପଡ୍ରାଗନ ୪୫୦ପ୍ରୋସେସର ଏବଂ ୬ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ ରହିଛି ଯାହାର ଆସପେକ୍ଟ ରେଶିୟୋ ୧୮.୫:୯ ରହିଛି। ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୬ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୧୬ମେଗାପିକ୍ସେଲ। ଏହି ଫୋନରେ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ମିଳିବ ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହାବ୍ୟତୀତ ଫୋନରେ ୩୫୦୦ଏମ୍‍ଏଚର ବ୍ୟାଟେରୀ, ଆଣ୍ଡ୍ରଏଡ ଓରିୟୋ ୮.୦, ଉଭୟ କ୍ୟାମେରାରେ ଫ୍ଲାସଲାଇଟି ସୁବିଧା, ୪-ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଏବଂ ୩.୫ଏମ୍‍ଏମ୍‍ର ହେଡଫୋନ ଜ୍ୟାକ ରହିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories