www.samajalive.in
Saturday, December 6, 2025
26.1 C
Bhubaneswar

ସାମାଜିକ କର୍ମୀ ଗିରଫ ମାମଲା: ୮ ସୁଦ୍ଧା ଅଭିଯୋଗଫର୍ଦ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ : ଭୀମ କୋରେଗାଓଁ ହିଂସାରେ ସମ୍ପୃକ୍ତି ନେଇ ସାମାଜିକକର୍ମୀଙ୍କୁ ଗିରଫ ସମ୍ବନ୍ଧୀୟ ମାମଲାରେ ଡିସେମ୍ବର ୮ ସୁଦ୍ଧା ଅଭିଯୋଗଫର୍ଦ ଦାଖଲ କରିବାକୁ ମହାରାଷ୍ଟ୍ର ପୁଲିସକୁ ସୁପ୍ରିମକୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି। ସାମାଜିକ କର୍ମୀଙ୍କୁ ଗିରଫ ମାମଲାରେ ଅଭିଯୋଗ ଫର୍ଦ ଦାଖଲ ନେଇ ୯୦ ଦିନର ଅବଧିକୁ ଅଧିକ ବୃଦ୍ଧି କରିବାକୁ ବମ୍ବେ ହାଇକୋର୍ଟ ମନା କରିବା ବିରୋଧରେ ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି। ଏହି ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପୀଠ କହିଛନ୍ତି, କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅଦାଲତ ସାମାଜିକର୍ମୀମାନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଜାଣିବାକୁ ଚାହୁଁଛନ୍ତି। ଏଣୁ ମହାରାଷ୍ଟ୍ର ପୁଲିସ ପୁଣେସ୍ଥିତ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଥିବା ଅଭିଯୋଗଫର୍ଦ ଉପରୋକ୍ତ ନିର୍ଦ୍ଧାରିତ ତାରିଖ ପୂର୍ବରୁ ସର୍ବୋଚ୍ଚ ଅଦାଲତରେ ଦାଖଲ କରିବାକୁ ବରିଷ୍ଠ ଆଇନଜୀବୀ ମୁକୁଲ ରହତୋଗୀଙ୍କୁ ପୀଠ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ସୁରେନ୍ଦ୍ର ଗଡଲିଂଙ୍କ ସମେତ ସୋମା ସେନ, ମହେଶ ରାଉତ, ରୋନ ୱିଲସନ୍‍ ଏବଂ ସୁଧିର ଧାୱାଲେଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ରହିଛି। ଏଣୁ ସେମାନଙ୍କୁ ଜାମିନରେ ମୁକ୍ତ କରାଯାଇପାରିବ ନାହିଁ। ଉଲ୍ଲେଖ ଯେ ଜୁନ ୬ରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅଧୀନରେ ଏହି ସାମାଜିକକର୍ମୀମାନଙ୍କୁ ଗିରଫ କରାଯାଇଥିଲା। ଏମାନେ ବେଆଇନ ଘୋଷିତ ସିପିଆଇ(ମାଓବାଦୀ)ର ସଦସ୍ୟ ଏବଂ ଏଲଗାର ପରିଷଦ ପକ୍ଷରୁ ଡିସେମ୍ବର ୩୧ରେ ପୁଣେର ଭୀମ କୋରେଗାଓଁଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ବେଳେ ହୋଇଥିବା ହିଂସାରେ ସେମାନଙ୍କର ସମ୍ପୃକ୍ତି ରହିଛି ବୋଲି ପୁଲିସ ଅଭିଯୋଗ କରିଛି। ଏମାନଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ ଲାଗି ସ୍ୱତନ୍ତ୍ର କୋର୍ଟ ୯୦ ଦିନ ସମୟ ଦେଇଥିବା ବେଳେ ସରକାର ଅଧିକ ସମୟ ପାଇଁ ବମ୍ବେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। ମାତ୍ର ହାଇକୋର୍ଟ ସରକାରଙ୍କ ଆବେଦନକୁ ଅକ୍ଟୋବର ୨୪ରେ ରଦ୍ଦ କରିଥିଲେ। ଯଦ୍ଦ୍ୱାରା ଅକ୍ଟୋବର ୨୯ରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଭୀମ କୋରେଗାଓଁ ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨୮ରେ ୫ ସାମାଜିକ କର୍ମୀଙ୍କୁ ଗିରଫ କରି ଗୃହବନ୍ଦୀ ରଖାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories