www.samajalive.in
Saturday, December 6, 2025
26.1 C
Bhubaneswar

ଗୁଜରାଟ ମିଥ୍ୟା ଏନ୍‍କାଉଣ୍ଟର ମାମଲା: ୧୨ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦେଶ

ନୂଆଦିଲ୍ଲୀ : ଗୁଜରାଟ ମିଥ୍ୟା ଏନ୍‍କାଉଣ୍ଟର ମାମଲାର ତଦନ୍ତ ରିପୋର୍ଟ ଉପରେ ଡିସେମ୍ବର ୧୨ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ  ନିର୍ଦେଶ ଦେଇଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳରେ ୨୦୦୨ରୁ ୨୦୦୬ ମଧ୍ୟରେ ରାଜ୍ୟରେ ୨୨ଟି ଏନ୍‍କାଉଣ୍ଟର ହୋଇଥିଲା। ଏହି ଏନ୍‍କାଉଣ୍ଟର ମାମଲାଗୁଡିକର ତଦନ୍ତ କରିବା ଲାଗି ସାମ୍ବାଦିକ ବି.ଜି. ବର୍ଘେସ ଏବଂ ଗୀତିକାର ଜାଭେଦ ଅଖତାର ୨୦୦୭ରେ ଏକ ଆବେଦନ କରିଥିଲେ। ବର୍ଘେସ୍‍ ତାଙ୍କ ଆବେଦନରେ ୨୧ଟି ଏବଂ ଅଖତର ଗୋଟିଏ ଏନ୍‍କାଉଣ୍ଟର ମାମଲା ସମ୍ବନ୍ଧରେ ତଦନ୍ତ ଦାବି ଉଠାଇଥିଲେ। କିନ୍ତୁ ୨୦୧୪ରେ ବର୍ଘେସଙ୍କର ପରଲୋକ ଘଟିଥିଲା। ଏହା ପୂର୍ବରୁ ଏହି ଏନ୍‍କାଉଣ୍ଟରଗୁଡିକର ତଦନ୍ତ ଲାଗି ୨୦୧୨ରେ ପୂର୍ବତନ ବିଚାରପତି ଏଚ୍‍. ଏସ୍‍. ବେଦୀଙ୍କ ନେତୃତ୍ୱରେ ସୁପିମକୋର୍ଟ ଏକ ନିୟନ୍ତ୍ରଣ କମିଟି ଗଠନ କରିଥିଲେ। ତଦନ୍ତ ପ୍ରକ୍ରିୟାରେ ବେଦୀଙ୍କୁ ସମସ୍ତ ସହଯୋଗ କରିବାକୁ ତତ୍‍ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ମୋଦୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରକୁ କୋର୍ଟ ନିର୍ଦେଶ ଦେଇଥିଲେ। ବିଶେଷକରି ଏହି ଏନ୍‍କାଉଣ୍ଟରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଆତଙ୍କବାଦୀ ଦର୍ଶାଇ ଟାର୍ଗେଟ କରାଯାଇଛି କି ନାହିଁ ତାହାର ତଦନ୍ତ କରିବାକୁ କମିଟିକୁ କୋର୍ଟ କହିଥିଲେ। କମିଟି ଏହାର ତଦନ୍ତ ରିପୋର୍ଟ ଇତିମଧ୍ୟରେ ଦାଖଲ କରିସାରିଥିବା ଆଜିର ଶୁଣାଣି ବେଳେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜାଣିବାକୁ ପାଇଥିଲେ। କିନ୍ତୁ ଏହାକୁ ସାର୍ବଜନୀନ ନ କରିବାକୁ ସଲିସିଟର ଜେନେରାଲ ତୁସାର ମେହତା ନିବେଦନ କରିଥିଲେ। ଖ୍ରୀଷ୍ଟମାସ ପରେ ଏହି ରିପୋର୍ଟ ଉପରେ ସତ୍ୟପାଠ ଦାଖଲ କରିବାକୁ ସେ କୋର୍ଟଙ୍କ ଅନୁମତି ଲୋଡିଥିଲେ। ମାତ୍ର ସୁପ୍ରିମକୋର୍ଟ ତାଙ୍କୁ କେବଳ ୭ ଦିନ ସମୟ ପ୍ରଦାନ କରିଛନ୍ତି। ବର୍ଘେସ ଏବଂ ଅଖତରଙ୍କ ଆଦେବ ଉପରେ ଶୁଣାଣି କରିବା ଜରୁରୀ ବୋଲି ପ୍ରଧାନ ବିଚାରପତି ଗୋଗୋଇ କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories