www.samajalive.in
Thursday, December 11, 2025
14.1 C
Bhubaneswar

ଚାତର ପାଣି ଜଙ୍ଗଲରେ ସନ୍ଦିଗ୍ଧ ଗଳିତ ମୃତଦେହକୁ ନେଇ ଚର୍ଚ୍ଚା

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି କାଜୁ ଜଙ୍ଗଲ ନିକଟରେ ଗଳିତ ଶବ ପଡିଥିବା ଓ ଶବକୁ ଚିହ୍ନଟ କରାଯାଇ ପାରୁନଥିବା ଚର୍ଚ୍ଚା ଆଜି ସଂଧ୍ୟା ପରେ ଯୋର ଧରିଛି । କେହି କେହି ଗୋଟିଏ ଶବ ପଡିଥିବା କହୁଥିବା ବେଳେ କେହି କେହି ୨ଟି ମୃତଦେହ ପଡିଥିବା କହୁଛନ୍ତି । ଏ ନେଇ ସାହାରପଡା ପୁଲିସକୁ ଯୋଗାଯୋଗ କରାଯିବାରେ ପୁଲିସ ନିକଟରେ କୌଣସି ସୂଚନା ନଥିବା ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା କହିବା ସହ ସେ ନିଜ ଆଡୁ ଘଟଣା ସମ୍ପର୍କରେ ଅନୁସନ୍ଧାନ କରି ସତ୍ୟାସତ୍ୟ ଉନ୍ମୋଚନ କରିବେ ବୋଲି କହିଛନ୍ତି । ଘଟଣା ଘଟିଥିବା ସ୍ଥାନ ଠାରୁ କିଛି ଦୂରରେ ଏକ ପାଣି ଟାଙ୍କି ନିର୍ମାଣ ଚାଲିଥିବା ରୁ କେହି ଏଠାରେ ବଳି ଦେଇ ଥାଇ ପାରେ ବୋଲି ଟୁପୁରୁ ଟାପର ଚାଲିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories