www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁରର ୧୪୫ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ନବରଙ୍ଗପୁର: ନବରଙ୍ଗପୁର ଜିଲାର ୧୪୫ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ରେ ବାହାରିଛନ୍ତି ।ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ସ୍ଵତନ୍ତ୍ର ଯୋଜନାରେ ତୀର୍ଥ ଯାତ୍ରା ପାଇଁ ଜିଲାର ୧୮୬ ଜଣ ଆବେଦନ କରିଥିଲେ ହେଲେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୧୪୫ ଜଣ ଙ୍କର ସ୍ୱାସ୍ଥ୍ୟ  ତୀର୍ଥ ଯାତ୍ରା ପାଇଁ ଫିଟ ଥିବାରୁ ଏହି ସମସ୍ତଙ୍କୁ ତୀର୍ଥ ଯାତ୍ରା ପାଇଁ  ଜିଲା ପ୍ରଶାସନ ତରଫରୁ ଏସ୍କଟ ଅଫିସର ଙ୍କ ସହିତ ପଠା ଯାଇଛି।
ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଡାବୁଗାଁ  ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀ,   ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,  ଅଧ୍ୟକ୍ଷ ,ଜିଲା ପରିଷଦ ମୋତିରାମ ନାୟକ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ତୀର୍ଥ ଯାତ୍ରା ପାଇଁ ସରକାରଙ୍କ ଏହି  ସ୍ଵତନ୍ତ୍ର ଯୋଜନା କୁ ପ୍ରଶଂସ। କରିବା ସହିତ  ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ର ଶୁଭ ମନାସି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମିଶନଶକ୍ତି ସଭାଗୃହ ରୁ ବସ ଯୋଗେ ୧୪୫ ଜଣ ତୀର୍ଥ ଯାତ୍ରୀ  ରାୟଗଡା  ଅଭିମୁଖେ ଯାତ୍ରା କରିଥିଲେ।
ଆଜି ରାୟଗଡ  ରେ ରାତ୍ରି ଯାପନ ପରେ ଆସନ୍ତା କାଲି ପୁର୍ବାହ୍ନ ୧୧ ଘଟିକା ରେ ଟ୍ରେନ ଯୋଗେ ଯାତ୍ରୀ ମାନେ ଶିରିଡି ,ନାସିକ୍ ଯାତ୍ରା କରିବେ।  ମୁଖ୍ୟମନ୍ତ୍ରୀ   ନବୀନ ପଟ୍ଟନାୟକ ଟ୍ରେନ ଯାତ୍ରା ର ଶୁଭାରମ୍ଭ କରିବେ। ମିଶନଶକ୍ତି ସଭା ଗୃହରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ଵ) ନବୀନ ଚନ୍ଦ୍ର ନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ସଂସ୍କୃତି ତଥା ଜିଲା ପର୍ଯ୍ୟଟନ ଅଧିକାରୀ ଘାସିଆ ହରିଜନ, ଜିଲାପରିଷଦ ସଭ୍ୟ, ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories