www.samajalive.in
Tuesday, December 9, 2025
16.1 C
Bhubaneswar

ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ଗୁରୁତର

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ତରାମରା ନିକଟରେ ସୋମବାର ସଂନ୍ଧ୍ୟାରେ ଏକ ପିକଅଫ ଭ୍ୟାନ ନଂ ସହିତ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ବାଇକ ଚାଳକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଚିତିରି ଗୋବିନ୍ଦପୁର ଅଞ୍ଚଳର ରାମଚନ୍ଦ୍ର ନାୟକ  ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ମହୁଲଡ଼ିହା ସାପ୍ତାହିକ ହାଟରୁ ହାଟ ସାରି ଜଣେ ବ୍ୟବସାୟୀ ପିକଅପ ଭ୍ୟାନ ନେଇ ଠାକୁରମୁଣ୍ଡା ଆସୁଥିବା ବେଳେ ବିପରୀତ ଦିଗରୁ ଠାକୁରମୁଣ୍ଡା ରୁ ଆନନ୍ଦପୁର ଆଡକୁ ଯାଉଥିବା ଏକ ବାଇକ ମଧ୍ୟରେ ପିକଅଫ ର ମୁହାଁମୁହିଁ ଧକ୍କା ହୋଈ ଥିଲା।ଘଟଣାସ୍ଥଳ ରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଇକ ଚାଳକ କ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ଠାକୁରମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରୁଛି ପୋଲିସ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories