ଶୀତ ଋତୁର ରୋଗ ସଂପର୍କିତ ସଚେତନତା 

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୁହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତର ବନଖଣ୍ଡି ଗ୍ରାମରେ ଶୀତଋତୁର ବିଭିନ୍ନ ରୋଗ ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ବହୁମୁଖୀ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ଶୀତଋତୁରେ ଦେଖାଯାଉଥିବା ବିଭିନ୍ନ ରୋଗ ସଂପର୍କରେ ଆଲୋକପାତ କରିବା ସହ ଏଥିରୁ କିପରି ରକ୍ଷା ମିଳିବ ସେ ବିଷୟରେ ବୁଝାଇଥିଲେ। ଶୀତ ଋତୁରେ ବିଶେଷ କରି କାଛୁ କୁଣ୍ଡିଆ, ଚର୍ମରୋଗ, ଶ୍ୱାସନଳୀ ସଂକ୍ରମଣ, ନିମୋନିଆ, ଥଣ୍ଡା, କାଶ ଓ ଜ୍ୱର ହୋଇଥାଏ।

ଏଥିରୁ ରକ୍ଷା ପାଇବାକୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବା ପାଇଁ ସେ ବିସ୍ତୃତ ଭାବେ ବୁଝାଇଥିଲେ। ସତର୍କତା ଓ ସଚେତନତା ଏହି ରୋଗରୁ ରକ୍ଷା କରିବ ବୋଲି ଶ୍ରୀ ଅସଲମ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ସୁଜାତା ଲେଙ୍କା, ଅଙ୍ଗନବାଡି କର୍ମୀ ମଧୁସ୍ମିତା ପ୍ରଧାନ, ଆଶାକର୍ମୀ ଉର୍ବଶୀ ପରିଡା ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ ସହଯୋଗ କରିଥିଲେ।

Comments are closed.