www.samajalive.in
Tuesday, December 9, 2025
17.1 C
Bhubaneswar

ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ଵର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଥିଲା ଚତୁର୍ଥସନ୍ଧ୍ୟା ।ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢି, ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ ପୂର୍ବକ ଆଜିର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେବୟନିକାର ପରିଚାଳକ ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଏବଂ ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ଉପସ୍ଥିତ ଥିଲେ ।

ଡିସେମବେର ୧୫ ତାରିଖରୁ ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି ମେଳାର, ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ଓ ସଂସ୍କୃତି ପାଇଁ ସମର୍ପିତ ଥିଲା । ଦର୍ଶକ ତଥା ପରିଦର୍ଶକମାନଙ୍କୁ ଏହା ଓଡ଼ିଶାର କଳା, ସଂସ୍କୃତି ତଥା ଜୀବନଶୈଳୀ ସହ ପରିଚିତ କରାଇଥିଲା । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଳାକାର ଯଥା ଶାଶ୍ଵତ ତ୍ରିପାଠୀ, ପଙ୍କଜ ଜାଲ, ଚୁମ୍କି ପାଢୀ, ପଦ୍ମଶ୍ରୀ ଖଟେଇ, ଅଙ୍କିତ ରେ ଆଦି କଳାକାର ମାନଙ୍କ ଦ୍ଵାରା ପରିବେଷିତ କରାଯାଇଥିଲା ।

- Advertisement -

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟାରେ ପ୍ରବଳ ଜଣ ସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତାନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ପାରମ୍ପରିକ ତଥା ସୁସ୍ବାଦୁ ଖାଇବାର ଭରପୁର ମଜା ଉଠାଇଛନ୍ତି । ପିଲାମାନଙ୍କ ଆମୋଦ ପ୍ରମୋଦ ନିମନ୍ତେ ମେଲ ପରିସରରେ ଉଦ୍ଦିଷ୍ଟ ସ୍ଥାନରେ ପିତାମାତା ତତୟଃ ଅଭିଭାବକଙ୍କ ତତ୍ୱାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦରେ ମଜିଯାଇଥିଲେ । ଏହି ମେଲ ପ୍ରତ୍ୟହ ଦିବା ୨.୩୦ ମିନିଟ ରୁ ରାତ୍ର ୯.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories