www.samajalive.in
Thursday, December 11, 2025
23.1 C
Bhubaneswar

‘ନିମନ୍ତ୍ରଣ’ର ତୃତୀୟ ରେସ୍ତୋଁରା ସମ୍ବଲପୁରର ରାଣୀ ବଖରୀରେ ଲୋକାର୍ପିତ ମିଳିବ ରାଜକୀୟ ଖାଦ୍ୟପାନୀୟର ସ୍ୱତନ୍ତ୍ର ଅନୁଭୂତି

ଭୁବନେଶ୍ୱର:  ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ରତା ବହନ କରୁଥିବା ‘ନିମନ୍ତ୍ରଣ’ର ତୃତୀୟ ସଂପ୍ରସାରିତ ରେସ୍ତୋଁରା ଆଜି ସମ୍ବଲପୁରସ୍ଥିତ ରାଣୀ ବଖରୀ ତଥା କୁଇନସ୍‌ ପ୍ୟାଲେସ୍‌ଠାରେ ଲୋକାର୍ପିତ ହୋଇଛି । ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବାର ମଜା ନିଆରା ଅନୁଭୂତି ପ୍ରଦାନ କରିବ । ସପ୍ତଦଶ ଶତାବ୍ଦୀରେ ନିର୍ମିତ ଏହି ରାଣୀ ବଖରୀର ରାଜକୀୟ ପରିବେଶ ସହ ସ୍ଥାନୀୟ ଓଡ଼ିଆ ଖାଦ୍ୟ ପରିବେଷଣର ସ୍ୱତନ୍ତ୍ରତା ଏଠାକୁ ଆସୁଥିବା ପ୍ରତ୍ୟେକଙ୍କ ମନରେ ଆତ୍ମୀୟତା ଭରିଦେବ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱରଠାରେ ଥିବା ପ୍ରଥମ ‘ନିମନ୍ତ୍ରଣ’ ରେସ୍ତୋଁରାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ୫-‘ଟି’କୁ ଆଧାର କରି ଓଟିଡିସି ଏହାକୁ ସଂପ୍ରସାରିତ କରିବାରେ ସଫଳ ହୋଇଛି । ଆଜିର ଉଦ୍‌ଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ  ଅଶ୍ୱିନୀ କୁମାର ପାତ୍ର, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ମହାନଗର ନିଗମ କମିଶନର ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ଏହି ଦ୍ୱାରା ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଅଞ୍ଚଳର ଦର୍ଶନୀୟ ସ୍ଥାନ, ପରମ୍ପରା ଓ ଉପଲବ୍ଧ ସ୍ୱତନ୍ତ୍ର ସ୍ଥାନୀୟ ଖାଦ୍ୟପେୟ ସଂପର୍କରେ ଜାଣିପାରିବେ ବୋଲି ଓଟିଡିିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଛନ୍ତି । ‘ନିମନ୍ତ୍ରଣ’ ମାଧ୍ୟମରେ ପର୍ଯ୍ୟଟନ ଓ ଖାଦ୍ୟପେୟର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସେ କହିଥିଲେ ।

ଉଭୟ ଭୁବନେଶ୍ୱର ଓ ପୁରୀରେ ‘ନିମନ୍ତ୍ରଣ’ ରେସ୍ତୋଁରା ଏହାର ଅଭିଯାନ ଓ ଉଦ୍ଦେଶ୍ୟ ପ୍ରତିପାଦନ କରିବାରେ ସଫଳ ହୋଇଛି । ସମ୍ବଲପୁରରେ ଲୋକାର୍ପିତ ତୃତୀୟ ରେସ୍ତୋଁରାରେ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଛି । ଏହି ରେସ୍ତୋଁରାର ପ୍ରମୁଖ ସେଫ୍‌ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମେନୁ ବ୍ୟବସ୍ଥା କରାଯିବା ଯୋଜନା ରହିଥିବା ଓଟିଡିସି ପକ୍ଷରୁ କୁହାଯାଇଛି ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories