www.samajalive.in
Monday, December 15, 2025
16.1 C
Bhubaneswar

ମାଲ୍ୟବନ୍ତ ମହୋତ୍ସବ ନେଇ ପଥଉତ୍ସବ

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲା ପ୍ରଶାସନ ତରଫରୁ ଜିଲାପାଳଙ୍କ କାର୍ୟ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ୟ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲାପାଳ ସାଧାରଣ ତ୍ରିନାଥ ମାଝୀ, ବିଏସଏଫ ଡେପୁଟି କମାଣ୍ଡଣ୍ଟ, ଶୁଭଞ୍ଜନ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ , ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଏସଡିପିଓ, ସଚିନ ପଟେଲ ଉପସ୍ଥିତ ଥିଲେ। କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମାଲ୍ୟବନ୍ତ ମହୋତ୍ସବ ଆୟୋଜନ କରାଯାଉଅଛି। ଏହି ପରୀପ୍ରେକ୍ଷୀରେ ଏହି ପଥ ଉତ୍ସବର ଆୟୋଜନ ଦ୍ଵାରା ସମସ୍ତେ ନିଜ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇପାରୁଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

ଏଥିରେ ନୃତ୍ୟ ଗୀତ, ଝୋଟି, ଧନୁତୀର, ସ୍କେଟିଂ ଓ ଯୁଡୋ ଇତ୍ୟାଦି ପରିବେଷଣ କରଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ଏନସିସି ଛାତ୍ର ଓ ଜନ ସାଧାରଣଙ୍କ ସମାଗମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀ, ଜିଲା ଯୁବ ଅଧିକାରୀ, ହରିଶ ରୁପଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା, ଆଇ ଆଇ ସି, ରିଗାନ କିଣ୍ଡୋ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା, ଶଶାଙ୍କ ମିଶ୍ର ଓ ବିନାଶ ମିଶ୍ର ଉପସ୍ଥିତ ଥିଲେ। ସେକ୍ସନ ଅଧିକାରୀ, ଶ୍ୟାମ ସୁନ୍ଦର ନାୟକ, କେ ବାଲରାଜୁ, ନିବେଦିତା ମିଶ୍ର ଓ ପ୍ରଜ୍ଞା ପରିମିତା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories