www.samajalive.in
Thursday, December 11, 2025
23.1 C
Bhubaneswar

ବୋରୱେଲରୁ ନବଜାତ ଉଦ୍ଧାର ଘଟଣା; ସ୍ୱତନ୍ତ୍ର ଡାକ୍ତରୀ ଦଳ ନଜରରେ ଶିଶୁକନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲା ରେଙ୍ଗାଲିସ୍ଥିତ ଲାରିପାଲି ଜଙ୍ଗଲ ମଧ୍ୟରୁ ବୋରୱେଲରେ ଫିଙ୍ଗା ଯାଇଥିବା ନବଜାତ ଶିଶୁ କନ୍ୟାକୁ ମଙ୍ଗଳବାର ରାତ୍ରିରେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଶିଶୁ କନ୍ୟାକୁ ଉଦ୍ଧାର ପରେ ସ୍ଥାନୀୟ ବୁର୍ଲା ଭିମସାରଠାରେ ଏସଏନସିୟୁରେ ଭର୍ତ୍ତି କରାଯାଇ ତାର ଚିକିତ୍ସା କରାଯାଉଛି। ଭିମସାର ଅଧିକ୍ଷକ ଲାଲ ମୋହନ ନାୟକ କହିଛନ୍ତି ଯେ, ଗତକାଲି ରାତ୍ରି ପ୍ରାୟ ୧୧ଟା ୩୦ରେ ନବଜାତ ଶିଶୁ କନ୍ୟାକୁ ଭିମସାରକୁ ଅଣାଯିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଠିକ ନ ଥିବା ବେଳେ ତାର ଶରୀରର ତାପମାତ୍ର ମଧ୍ୟ କମି ଯାଇଥିଲା। କିନ୍ତୁ ଭିମସାରରେ ତୁରନ୍ତ ଶିଶୁ କନ୍ୟାର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତାର ସ୍ୱାସ୍ଥ୍ୟାବସ୍ଥାରେ ବୁଧବାର ଉନ୍ନତି ପରିଲକ୍ଷିତ ହୋଇଛି। ଶିଶୁ କନ୍ୟାର ହାତ ଗୋଡରେ ଆଘାତ ଲାଗିଥିବା ବେଳେ ତା’ର ଅବସ୍ଥା ସେ ସମୟରେ ଠିକ ନ ଥିବାରୁ ୫ ଜଣ ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାର ଚିକତ୍ସା କରୁଛନ୍ତି। ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ଶିଶୁ କନ୍ୟାର ସ୍ୱତନ୍ତ୍ର ନିରୀକ୍ଷଣ କରାଯିବ। ଶିଶୁ କନ୍ୟାର ଓଜନ ୧ କିଗ୍ରା ୬ ଶହ ଗ୍ରାମ ରହିଥିବା ବେଳେ ଶିଶୁଟି ୩୪ ସପ୍ତାହରେ ଜନ୍ମ ନେଇଛି ବୋଲି ଭିମସାର ଅଧିକ୍ଷକ ଲାଲ ମୋହନ ନାୟକ କହିଛନ୍ତି।

ଅପର ପକ୍ଷରେ ରେଙ୍ଗାଲି ଲାରିପାଲି ଜଙ୍ଗଲ ମଧ୍ୟରେ ଥିବା ବୋରୱେଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହେବା ପରେ ଏହି ଘଟଣାକୁ ନେଇ ବୁଧବାର ରେଙ୍ଗାଲି ପୁଲିସ ନିଜ ପଟରୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ନବଜାତ ଶିଶୁ କନ୍ୟାକୁ ବୋରୱେଲରୁ ଉଦ୍ଧାର ପରେ କିଏ ଓ କାହିଁକି ଏହି ବୋରୱେଲ ମଧ୍ୟରେ ଶିଶୁ କନ୍ୟାକୁ ଫିଙ୍ଗିଥିଲା, ସେ ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି। ଏଥି ସହ କିଏ ପ୍ରଥମେ ଶିଶୁ କନ୍ୟା ବିଷୟରେ ଜାଣିଲା, ସେ ନେଇ ମଧ୍ୟ ପୁଲିସ ସ୍ଥାନୀୟ ଗ୍ରାମବାସୀଙ୍କୁ ପୁଲିସ ପଚରାଉଚରା କରୁଛି। ରେଙ୍ଗାଲି ପୁଲିସର ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଏହି ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରୁଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଏହି ଘଟଣାକୁ ନେଇ ଗତକାଲି ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିବା ବେଳେ ଶିଶୁକନ୍ୟାର ସୁରକ୍ଷିତ ଉଦ୍ଧାର ଓ ଆଶୁ ଆରୋଗ୍ୟ କାମନା କରି ରାଜ୍ୟବାସୀ ପ୍ରାର୍ଥନା କରୁଥିବା ପରିଲକ୍ଷିତ ହୋଇଥିଲା। ଶିଶୁ କନ୍ୟାକୁ ଯଥା ଶୀଘ୍ର ରେଙ୍ଗାଲିସ୍ଥିତ ଘଟଣାସ୍ଥଳରୁ ଭିମସାରକୁ ପହଞ୍ଚାଇବା ପାଇଁ ସମ୍ବଲପୁର ପୁଲିସ ବିଭାଗ ଅଧିନସ୍ଥ ରେଙ୍ଗାଲି, ଶାସନ, ଅଇଁଠାପାଲି, ବରେଇପାଲି ଓ ବୁର୍ଲା ଥାନା ପକ୍ଷରୁ ସ୍ୱତନ୍ତ୍ର ରୂପେ ଟ୍ରାଫିକକୁ ନିୟନ୍ତ୍ରଣ କରି ସବୁଜ କରିଡର କରାଯାଇଥିଲା। ଏଭଳି ଘଟଣା ପଶ୍ଚିମ ଓଡ଼ିଶାରେ ବିରଳ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଥିବା ବେଳେ ନବଜାତ ଶିଶୁକୁ ମାରିଦେବାର ଘୃଣ୍ୟ ଅପରାଧ କରିଥିବା ବ୍ୟକ୍ତିମାନଙ୍କୁ କଠୋରରୁ ଅତି କଠୋର ଶାସ୍ତି ଦେବାକୁ ଲୋକେ ଦାବି କରୁଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories