www.samajalive.in
Saturday, December 6, 2025
14.1 C
Bhubaneswar

‘ଚଳିତ ମାସରେ ଓଡ଼ିଶା ଆସିବେ ମୋଦୀ

ଭୁବନେଶ୍ବର : ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ଦଖଲ କରିବା ପରେ ଏବେ ବିଜେପି ନିଶାଣରେ ଓଡ଼ିଶା ରହିଛି। ଓଡ଼ିଆ ପାଇଁ ବିଜେପି ତା’ର ଖସଡ଼ା ପ୍ରସ୍ତୁତ କରୁଛି। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡ଼ିଶା ପାଇଁ ବିଜେପି ପ୍ରସ୍ତୁତ ଚଳାଇଛି। ଚଳିତମାସ ଶେଷ ସପ୍ତାହରେ ସମ୍ବଲପୁରରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ଦଳ ତା’ର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

- Advertisement -

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଚଳିତମାସରେ ରହିଛି। ଏହାପରେ ପର୍ଯ୍ୟାୟକ୍ରମେ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓ ତୁଙ୍ଗ ନେତୃବୃନ୍ଦଙ୍କ ଗସ୍ତରେ ଆସିବେ। ଶ୍ରୀ ମାଝି କହିଛନ୍ତି ଯେ, ମୋଦୀଙ୍କ ଗସ୍ତ ସୂଚୀରେ ସମ୍ବଲପୁରରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି। ତେବେ ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଓଡ଼ିଶା ଆସିବେ, ସେନେଇ କିଛି ଚୂଡ଼ାନ୍ତ ହୋଇନାହିଁ।

#Latest_Odisha_News, #LiveUpdates , #National_News_In_Odia, #WeatherUpdates #modi

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories