www.samajalive.in
Friday, December 5, 2025
17.1 C
Bhubaneswar

ବୁଧବାରର ରାଶିଫଳ–ଶୂନ୍ୟତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇ ଆର୍ଥିକ ସ୍ଥିତିକୁ

ମେଷ- ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହେବେ। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ସ୍ବାଭିମାନର ସହ କର୍ମପ୍ରବର ହେବେ। ସୁସ୍ଥ ରହିବେ।

ବେଷ- ଭାଷାକୁ ନମନୀୟ ଓ କମନୀୟ କରି ଅସୁସ୍ଥଙ୍କୁ ଆଶ୍ବାସନା ଦେବା ସହିତ ସେବାରେ ସନ୍ତୁଷ୍ଟ କରିପାରନ୍ତି। ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ପତ୍ନୀ ସହାୟିକା ହେବେ।

- Advertisement -

ମିଥୁନ- ଭ୍ରାତୃତ୍ବର ନୀବିଡ଼ ବନ୍ଧନ ଶତ୍ରୁ ଦମନ କ୍ଷେତ୍ରରେ ଫଳପ୍ରସୂ ହେବ। ସରକାରୀ ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଶୈଳୀ ସେବା ମୂଳକ ହେବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବେ।

କର୍କଟ- କର୍ମଚଞ୍ଚଳ ରହିବେ। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବାଣିଜ୍ୟ କାରବାରରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି।

ସିଂହ – ପୁଣ୍ୟକର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରି ପାପତାପ ପରିହାରକ ହୋଇପାରନ୍ତି। କାର୍ଯ୍ୟ କଠିନ ହେଉ କିମ୍ବା କଷ୍ଟଦାୟକ, ନିର୍ବିକାର ଚିତ୍ତରେ ତା’ର ସମ୍ପାଦନ କରିବେ। ସେବା ଭାବନାରେ ବିଲୀନ ହେବେ।

କନ୍ୟା – ଶୂନ୍ୟ ବ୍ରହ୍ମଙ୍କଠାରେ ଲୟ ରଖି ରାଗ, ଦ୍ବେଷ, ଅଭିନିବେଶ, ଅବିଦ୍ୟା ଓ ସୃତା ରୂପକ ପଞ୍ଚକ୍ଲେଶକୁ ଦୂର କରିପାରନ୍ତି। ଶୂନ୍ୟତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ପାରଙ୍ଗମ ହେବେ।

ତୁଳା – ସୀମା ନିର୍ଣ୍ଣୟ କରି ହେଉ ନଥିବା କୀର୍ତ୍ତିର ବାହକ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସନ୍ମାର୍ଗୀ ହୋଇ ଅମୃତର ସନ୍ଧାନ ପାଇବେ।

ବିଚ୍ଛା – ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆତ୍ମସଂଯମୀ ହୋଇ ଅନ୍ତଃଶକ୍ତିର ଅଭ୍ୟୁଥାନ୍‌ ଘଟାଇ ପାରନ୍ତି। ନୀତି ଓ ନୈତିକତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବେ। ମିଷ୍ଟାନ୍ନ ଭୋଜନ ମିଳିପାରେ।

ଧନୁ- ସାଧନା ଫଳବତୀ ହେବ। ମଧୁର ବଚନରେ ପରକୁ ଆପଣାର କରିପାରନ୍ତି। ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ହେବେ। ଖର୍ଚ୍ଚାନ୍ତ ଯୋଗ ଅଛି।

ମକର – ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ। ସଦାଚାରୀ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ଦୃଷ୍ଟିକୋଣ ଆପଣଙ୍କୁ ସନ୍ମାର୍ଗୀ କରିପାରେ। ଧନ ସହିତ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିପାରେ।

କୁମ୍ଭ – ଅନବଦ୍ୟ ରଚନାରେ ରୀତି ଯୁଗର ଶବ୍ବ ସମୁଦ୍ର ସୃଷ୍ଟି କରିପାରନ୍ତି। ଆର୍ଯ୍ୟ ଶ୍ରେଷ୍ଠ ଭାବେ ସମ୍ବୋଧିତ ହେବେ। ଜ୍ଞାନାଲୋକରେ ସମ୍ପୃକ୍ତି ଅନୁଷ୍ଠାନକୁ ଆଲୋକିତ କରିପାରନ୍ତି। ମାନବବାଦୀ ହୋଇପାରନ୍ତି।

ମୀନ – ଭାଗ୍ୟ ବଳରେ ବଳୀୟାନ୍‌ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ କର୍ମମାର୍ଗକୁ ଉଜ୍ଜ୍ବଳ ପ୍ରଦୀପ ସଦୃଶ ହେବ। ପାରିବାରିକ ସ୍ନେହ, ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ଚେତନାର ଉଜ୍ଜ୍ବଳ ପ୍ରଦୀପ ହେବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories