www.samajalive.in
Saturday, December 6, 2025
15.1 C
Bhubaneswar

ଜୀବନ ବଞ୍ଚାଇଛି ପୋକ ସାଲୁବାଲୁ ଚୁଆପାଣି

ବୈପାରିଗୁଡା : ସୀମାନ୍ତ ଗାଁରେ ସୁଧୁରୁନି ପାନୀୟ ଜଳ ସମସ୍ୟା। କକଡ଼ିପାଣି ଗ୍ରାମବାସୀଙ୍କ ପାଇଁ ଜମି ଭିତରେ ଥିବା ଚୁଆ ପାଣି ହିଁ ବର୍ଷସାରା ଏକ ମାତ୍ର ଭରସା। ଗାଁରେ ଥିବା ଏକ ମାତ୍ର ନଳକୂପର ପାଣି ପିଇଲେ ଲୋକ ମାନଙ୍କୁ ପେଟ ଯନ୍ତ୍ରଣା ପରି ଗୁରୁତର ରୋଗ ହେଉଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ପରୀକ୍ଷା କଲା ପରେ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର ନ କରିବା ପାଇଁ ସରକାରୀ ଭାବେ ଘୋଷଣା ହୋଇଛି। ତେଣୁ ଅନ୍ୟ ଉପାୟ ନପାଇ ବର୍ଷସାରା ଜମି ଭିତରେ ଥିବା ଚୁଆର ଦୂଷିତ ପାଣି ବ୍ୟବହାର କରି ଆସୁଛନ୍ତି। ଗାଁର ବହୁଲୋକ ରୋଗରେ ପଡ଼ୁଥିବା ଅଭିଯୋଗ ଆଣିଛନ୍ତି କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମପଞ୍ଚାୟତର କକଡିପାଣି ଗାଁର ଗ୍ରାମବାସୀ। ଗାଁରେ ପାଖାପାଖି ୩୫ରୁ ଅଧିକ ପରିବାର ଲୋକ ବସବାସ କରୁଛନ୍ତି। ଗାଁ ଲୋକଙ୍କ କହିବାନୁସାରେ ସରକାରଙ୍କର ବହୁ ଯୋଜନା ଆମ ଗାଁ ପାଇଁ ଏକ ପ୍ରକାର ଅପହଞ୍ଚ ହୋଇ ପଡ଼ିଛି। ଗାଁରେ ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ।

ଏହି ସମସ୍ୟାକୁ ସୁଧାରିବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଏକ ନଳକୂପ ଖନନ କରାଯାଇଥିଲା। ଏହି ନଳକୂପର ପାଣି କିଛି ଦିନ ବ୍ୟବହାର କରିବା ପରେ ଗାଁର ପ୍ରତି ଲୋକଙ୍କର ପେଟ ଯନ୍ତ୍ରଣା ପରି ଗୁରୁତର ରୋଗ ହୋଇଥିଲା। ପରେ ଉକ୍ତ ପାଣିକୁ ବ୍ୟବହାର ନକରିବା ପାଇଁ ଗ୍ରାମବାସୀଙ୍କୁ କୁହାଯାଇଥିଲା। ଆଜକୁ ୪ ବର୍ଷ ହେଲା ଗାଁ ଲୋକେ ଜମି ଭିତରେ ଥିବା ଏକ ଚୁଆର ଦୂଷିତ ପାଣିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସେହି ଚୁଆ ଭିତରେ ପୋକ, ବେଙ୍ଗ ଓ ଧଣ୍ଡସାପ ବୁଲୁଥିବା ଦେଖିବାକୁ ମିଳୁଛି। ଗାଁର ରଥ ଗୋଲରୀ, ଲଇଖନ ଖରା, ଜଗବନ୍ଧୁ ଖରା, ରାମ ଖରା, ଜଗୁ ଖିଲ, ମଦନ ଖିଲ, ପତି ଖିଲ, ସୋମନାଥ ଖିଲ, ମଙ୍ଗଳା ପାଙ୍ଗି, ଭୁବନ ପାଙ୍ଗି, ଚିତ୍ର ଗୋଲରୀ, ମଧୁ ଗୋଲରୀ, ଭାବ ଗୋଲରୀ ଓ ମୁକୁନ୍ଦ ପାଙ୍ଗିଙ୍କ କହିବାନୁସାରେ ଏହି ଚୁଆ ପାଣି ବ୍ୟବହାର କରିବା ଦ୍ୱାରା ଆମ ଗାଁର ବହୁତ ଲୋକ ବୃ୍‌‌ଦ୍ଧବୃଦ୍ଧା ହେବା ପୂର୍ବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଆମେ ଯେତେ ଗୁହାରି କଲେ ବି ଆମ ଗାଁ ଲୋକଙ୍କ ପାଇଁ ବିଷୁଦ୍ଧ ପାନୀୟ ଜଳ ପାଇଁ ସରକାରୀ ଭାବେ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାସ୍କର ଚନ୍ଦ୍ର ସାହୁଙ୍କୁ ପଚାରା ଯିବାରେ ଖୁବ ଶୀଘ୍ର ଏକ ସରକାରୀ ଟିମ୍‌ ଉକ୍ତ ଗାଁକୁ ପଠାଇ ସମସ୍ୟାର ସମାଧନ କରାଇବାର ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories