www.samajalive.in
Saturday, December 6, 2025
19.1 C
Bhubaneswar

ରାଜଧାନୀରେ ଲୁଟିଆ ଗୋଟିଏ ଘଣ୍ଟାରେ କୋଟିଏ ନେଇ ଛୁ

ଉତ୍ତରଭୁବନେଶ୍ୱର, : ରାଜଧାନୀରେ ଆପାର୍ଟମେଣ୍ଟକୁ ନଜରରେ ରଖିଛନ୍ତି ଲୁଟିଆ। ସୁଯୋଗ ଦେଖି କଳା କନା ବୁଲାଉଛନ୍ତି। ଗାଡ଼କଣସ୍ଥିତ ସ୍ପେଶ ଟାଉନ୍‌ ଆପାର୍ଟମେଣ୍ଟରେ ସୋମବାର ରାତିରେ ଦୁର୍ବୃତ୍ତମାନେ ଏକାଧିକ ଘରୁ ଚୋରି କରିଛନ୍ତି। ଗୋଟିଏ ଘଣ୍ଟାରେ କୋଟିଏ ଟଙ୍କାର ସମ୍ପତ୍ତି ନେଇ ଛୁ’ ମାରିଛନ୍ତି। ୪ଟି ଘରର ତାଲା ଭାଙ୍ଗି ନଗଦ ଟଙ୍କା, ସୁନା ଗହଣା ଓ ସିସିଟିଭି ସହିତ ଅନ୍ୟାନ୍ୟ ସାମଗ୍ରୀ ନେଇଯାଇଛନ୍ତି। ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନା ପୁଲିସ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରୁଛି। ସମ୍ପୃକ୍ତ ଚୋର ଦଳ ସମ୍ପର୍କରେ ପୁଲିସ ଟେର୍‌ ପାଇ ନାହିଁ। ସେମାନଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନା ଅନୁସାରେ, ଆପାର୍ଟମେଣ୍ଟର ଦେବାଶିଷ ନାୟକ ଓ ସରୋଜ ସାହୁଙ୍କ ସମେତ ୪ଜଣଙ୍କ ଘର ତାଲା ଭାଙ୍ଗି ଚୋର ଦଳ ଘରକୁ ପଶିଥିଲେ। ପରେ ଆଲମିରା ତାଡ଼ି ସୁନା ଅଳଙ୍କାର ଓ ଟଙ୍କା ନେଇ ପଳାଇଥିଲେ। ଲୁଟ୍‌ ସମ୍ପତ୍ତିର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉକ୍ତ ଆପର୍ଟମେଣ୍ଟରେ ୨/୩ ବର୍ଷ ତଳୁ ଲୋକେ ରହିଆସୁଛନ୍ତି। କେବେବି ଏଠାରୁ ଏଭଳି ଚୋରି ହୋଇନଥିଲା। ଆପାର୍ଟମେଣ୍ଟରେ ଜଣେ ସୁରକ୍ଷାକର୍ମୀ ରହୁଥିବା ବେଳେ ଏଠାରୁ ଚୋରି ହେବା ଚିନ୍ତାର କାରଣ ହୋଇଛି। ୫ଟି ଫ୍ଲାଟ୍‌ରୁ ସମାନ ଢଙ୍ଗରେ ଚୋରି ହୋଇଛି। ରବିବାର ରେଳବାଇ କଲୋନୀରୁ ସମାନ ଢଙ୍ଗରେ ଚୋରି ହୋଇଥିଲା। ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ତାଲା ଭାଙ୍ଗି କଳାକନା ବୁଲାଉଛନ୍ତି। ସୁରକ୍ଷାକର୍ମୀ ଜଗିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରୁନଥିବା ଜଣାପଡ଼ିଛି। ନିର୍ଦିଷ୍ଟ ଏକ ଚୋର ଦଳ ରାଜଧାନୀରେ ଏଭଳି କରୁଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଗୋଟିକ ପରେ ଗୋଟିଏ ଲୁଟ୍‌ କରି ଏହି ଚୋର ଦଳ ପୁଲିସ ଆଖିରୁ ନିଦ ହଜାଇ ଦେଇଛନ୍ତି। ସେମାନେ ବାହାର ରାଜ୍ୟର ଚୋର ଦଳ ବୋଲି ପୁଲିସ ସନ୍ଦେହ କରୁଛି। ସେମାନଙ୍କୁ ଧରିବା ଲାଗି ସ୍ପେଶାଲ ସ୍କ୍ବାଡ୍‌ ତଦନ୍ତ ଚଳାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories