www.samajalive.in
Saturday, December 13, 2025
23.1 C
Bhubaneswar

ଡ୍ରୋନ୍‌‌ରେ ନିଶାଦ୍ରବ୍ୟ ପଠାଉଛି ପଡୋଶୀ ଦେଶ

ଡେସ୍କ: ପଞ୍ଜାବରେ ସୀମା ସୁରକ୍ଷା ବଳ – ବି.ଏସ୍‌‌.ଏଫ୍‌‌. ଗତକାଲି ଅମୃତସରର ରୋରାନୱାଲା ଗାଁର ଏକ କ୍ଷେତରେ ନିଶା ଦ୍ରବ୍ୟ ସହିତ ଏକ ଡ୍ରୋନ୍‌‌ ଉଦ୍ଧାର କରିଛି। ବି.ଏସ.ଏଫ. ପଞ୍ଜାବ ଫ୍ରଣ୍ଟିୟର ଏକ ବିବୃତ୍ତିରେ କହିଛି ଯେ ସୀମା ବାଡ ନିକଟରେ ପାଟ୍ରୋଲିଂ ବେଳେ ଯବାନମାନେ ଅମୃତସରର ରୋରାନୱାଲା ଗ୍ରାମ ନିକଟ ପଡ଼ିଆରେ ଏକ ସନ୍ଦେହଜନକ ଜିନିଷ ଦେଖିଥିଲେ। ଏହି ଅଞ୍ଚଳର ବିସ୍ତୃତ ଅନୁସନ୍ଧାନ ବେଳେ ବି.ଏସ୍‌‌.ଏଫ୍‌‌. ସୈନ୍ୟମାନେ ଟେପ୍‌‌ ଦ୍ୱାରା ଗୁଡ଼ାଯାଇଥିବା ହଳଦିଆ ପ୍ୟାକେଟ୍‌‌ ଓ ଡ୍ରୋନ୍‌‌ ଉଦ୍ଧାର କରିଥିଲେ। ଏହି ପ୍ୟାକେଟରେ ୪୫୦ ଗ୍ରାମ ନିଶାଦ୍ରବ୍ୟ ରହିଥିଲା, ଏହା ହେରୋଇନ ବୋଲି ସନ୍ଦେହ କରାଯାଉଛି।

ବି.ଏସ୍‌‌.ଏଫ. କହିଛି ଯେ ଉଦ୍ଧାର ହୋଇଥିବା ଡ୍ରୋନ୍‌‌ ଚୀନରେ ନିର୍ମିତ। ସତର୍କ ବି.ଏସ୍‌‌.ଏଫ୍‌‌. ସୈନିକମାନେ ପୁଣି ଥରେ ଚୋରା ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories