ଡେସ୍କ: ବଜାରରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଚଳିତ ଖରିଫ ଋତୁରେ ଦୁଇ ଲକ୍ଷ ଟନ୍ ପିଆଜ କ୍ରୟ କରିବେ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସଚିବ ରୋହିତ କୁମାର ସିଂ କହିଛନ୍ତି ଯେ ବର୍ତ୍ତମାନ ପିଆଜ ଉତ୍ପାଦନ ଏବଂ ବିଶ୍ୱ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ବନ୍ଦ ରଖିଛନ୍ତି। ଏହି ପଦକ୍ଷେପ ପିଆଜ ଦର ହ୍ରାସ କରିବ ବୋଲି ସେ କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ଗତ ମାସରେ ପିଆଜର ଖୁଚୁରା ମୂଲ୍ୟ ୪ ଦଶମିକ ୩ ପ୍ରତିଶତ ହ୍ରାସ ପାଇଛି।
Popular Categories



