www.samajalive.in
Monday, December 15, 2025
14.1 C
Bhubaneswar

୧୧ କେଭି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଐତିହାସିକ ପ୍ରକଳ୍ପ ସମଲେଇ ଯୋଜନା ଅଧିନରେ କମଳି ବଜାର ଠାରୁ ବଡବଜାର ଏବଂ ମାଁ ସମଲେଶ୍ୱରୀ ମନ୍ଦିର ପାଶ୍ୱର୍ ଦେଇ ଭୂତଳ ୧୧ କେଭି ବିଦ୍ୟୁତ କେବୁଲକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ବିଦ୍ୟୁତ କେବୁଲ (ତାର)ରେ ବିଦ୍ୟୁତ ଶକ୍ତି ପ୍ରବାହିତ ଇତି ମଧ୍ୟରେ କରି ଦିଆଯାଇଛି ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି। ଏଣୁ ପ୍ରଚଳିତ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ବିନିମୟ (ସୁରକ୍ଷା ଓ ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ) ୨୦୧୦ ଏବଂ ଭାରତୀୟ ବିଦ୍ୟୁତ ଧାରା ୧୯୫୬ ଅନୁଯାୟୀ ବିନା ଅନୁମତିରେ ଭୂତଳ ବିଦ୍ୟୁତ କେବୁଲ ଉପରେ ମାଟି ଖୋଳିବା, ଘର ତୋଳିବା, ଗଛ ଲଗାଇବା ଇତ୍ୟାଦି ନିଷେଧ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ। ଏହା ଦ୍ୱାରା ଧନ ଜୀବନ ହାନିର ଯଥେଷ୍ଟ ଆଶଙ୍କା ରହିଛି। ଏଥି ଜନିତ କୌଣସି ଦୁର୍ଘଟଣା ଘଟିଲେ ଟିପିଡବ୍ଲ୍ୟୁଓଡିଏଲ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories