www.samajalive.in
Monday, December 15, 2025
27.1 C
Bhubaneswar

୧୯ଟି ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୧୭୫୫୩ଟି ନିଯୁକ୍ତି

ଡେସ୍କ: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ୧୨୫ତମ ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪ ହଜାର ୮୦୪ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରମୁଖ କ୍ଷେତ୍ର ଭାବେ ପୋଷାକ ଏବଂ ଟେକ୍ସଟାଇଲ୍, ଷ୍ଟିଲ୍ ଡାଉନଷ୍ଟ୍ରିମ, ପେଣ୍ଟ (କେମିକାଲ୍), ପ୍ଲାଷ୍ଟିକ୍, ପ୍ୟାକେଜିଂ / ମେଟାଲ୍ ଡାଉନଷ୍ଟ୍ରିମ, କେମିକାଲ୍ସ, ଖାଦ୍ୟ, ପାନୀୟ ଏବଂ ସହଯୋଗୀ ସେକ୍ଟର, ଇସ୍ପାତ (ଫେରଲୋଇସ୍), ଆଇଟି ଭିତ୍ତିଭୂମି, ଏଗ୍ରୋ ପ୍ରକ୍ରିୟାକରଣ, ନବୀକରଣ ଯୋଗ୍ୟ ଶକ୍ତି/ ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ରହିଛି। ଏହି ବିବିଧ ପୁଞ୍ଜି ବିନିଯୋଗ ଓଡିଶାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ସହ ସମୃଦ୍ଧ ଖଣିଜ ସମ୍ପଦ, ଧାତବ ବିଦ୍ୟା ଜ୍ଞାନ ଏବଂ ଆଇଟି କ୍ଷେତ୍ରରେ ବୈଷୟିକ ପ୍ରଗତି କରିବାରେ ସହାୟକ ହେବ।

ରାଜ୍ୟର ୧୦ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟ କରିବ। ସେହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ କଟକ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories