ଶିଶୁକୁ ମାଙ୍କଡ ଉଠାଇନେବା ଓ ମୃତ୍ୟୁ ଘଟଣା, ଶିଶୁର ଶରୀରରେ ସେପରି କିଛି ଚିହ୍ନ ନଥିବା କହିଲେ ବ୍ୟବଚ୍ଛେଦ କରିଥିବା ଡାକ୍ତର

0

କଟକ:  କଟକ ଜିଲା ବାଙ୍କିବସ୍ତ ଗାଁରେ ଶିଶୁକୁ ମାଙ୍କଡ ଉଠାଇ ନେବା ଘଟଣା । ଶିଶୁଟିର ମୃତ ଦେହକୁ ରବିବାର ସକାଳେ  ପଡୋଶୀ ଘର କୂଅରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଶିଶୁ ଶରୀରରେ ମାଙ୍କଡର ନଖ ଦାଗ କିମ୍ବା ମାଙ୍କ ଉଠାଇ ନେବାର କୌଣସି ଦାଗ  ନ ଥିବା ବ୍ୟବଚ୍ଛେଦ କରିଥିବା ଡାକ୍ତରାଣୀ କହିଛନ୍ତି । କେବଳ ମୁହଁରେ ଏକ ମାଡ ଦାଗ ଥିବା କଥା ସେ ପ୍ରକାଶ କରିଛନ୍ତି ।

ଶନିବାରରେ ୧୬ ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀମାନେ ଖୋଜା ଖୋଜି କରିଥିଲେ । ମାତ୍ର ଶିଶୁଟିକ କୌଣସି ସନ୍ଧାନ ମିଳି ନ ଥିଲା । ରବିବାରରେ ଶିଶୁ ମୃତ ଦେହକୁ ଘର ନିକଟସ୍ଥ ଏକ କୂଅରୁ ଉଦ୍ଧାର କରାଯାଇଥିଲା ।

Leave A Reply