www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଶ୍ନପତ୍ର ପ୍ରଘଟ ମାମଲା : ସିବିଏସଇ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଏସଇର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଔପଚାରିକ ଭାବେ ମାମଲାର ତଦନ୍ତ ଆରମ୍ଭ ହୋଇଛି । ରବିବାର ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଦିଲ୍ଲୀ ବାୱାନା ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇଜଣ ଶିକ୍ଷକ ଓ ଜଣେ କୋଚିଂ ସେଣ୍ଟର ମାଲିକଙ୍କୁ ମିଶାଇ ୩ ଜଣଙ୍କୁ ଗିରଫ କରିଛି । ଶିକ୍ଷା ସଚିବ ଅନିଲ ସୌରୁପ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସୌରୁପ ଟ୍ୱିଟ୍‌ କରିଛନ୍ତି ଯେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ମାମଲାର ପ୍ରାଥମିକ ତଦନ୍ତରେ ନୂଆଦିଲ୍ଲୀ ମୁଙ୍ଗେଶପୁରସ୍ଥିତ ମଦର ଖାଜାନି କନଭେଣ୍ଟ ସ୍କୁଲର ଜଣେ ଶିକ୍ଷକ, ଗୋଟିଏ କୋଚିଂ ସେଣ୍ଟରର ମାଲିକଙ୍କୁ ଗିରଫ କରାଯାଇଥିବାବେଳେ ସିବିଏସ୍‌ଇର ଜଣେ କର୍ମଚାରୀ ପର୍ଯ୍ୟବେକ୍ଷଣରେ ଅବହେଳା କରିଥିବା ଜାଣିବାକୁ ମିଳିଛି । ଫଳରେ କର୍ମଚାରୀ ଜଣଙ୍କୁ ନିଲମ୍ବନ କରାଯାଇ ତଦନ୍ତ ପରିସରଭୁକ୍ତ କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟକୁ ନେଇ ତିନିଜଣଙ୍କୁ ଗିରଫ କରାଯାଇଥିବା ନେଇ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଆରପି ଉପାଧ୍ୟାୟ ଓ ଯୁଗ୍ମ କମିଶନର ଆଲୋକ କୁମାର ସ୍ପଷ୍ଟ କରିଛନ୍ତି। ଗିରଫ ପୂର୍ବରୁ ପୁଲିସ ତିନିଟି ପବ୍ଲିକ ସ୍କୁଲର ୬ଜଣ ଶିକ୍ଷକ ଓ ଜଣେ ଅଧ୍ୟକ୍ଷଙ୍କୁ ଜେରା କରିଥିଲା। ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ସିବିଏସଇର ଆଞ୍ଚଳିକ ନିର୍ଦେଶକଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ପାଇଁ ମାର୍ଚ୍ଚ ୨୭ରେ ମାମଲା ରୁଜୁ ହୋଇଥିଲା। ସେହିପରି ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ ପାଇଁ ମାର୍ଚ୍ଚ ୨୮ରେ ଆଉ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ ଏସଆଇଟି ତଦନ୍ତ ଜାରି ରହିଛି। ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ପୁନର୍ବାର କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories