କଣ୍ଟାବାଞ୍ଜିକୁ ଜିଲ୍ଲା ଘୋଷଣା ଦାବି- ୧୨ ଘଣ୍ଟିଆ ବନ୍ଦ ଡାକରା
କଣ୍ଟାବାଞ୍ଜି -କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବିକୁ ନେଇ, ଜିଲ୍ଲା ସଂଘର୍ଷ ସମିତି ତରଫରୁ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦେଇଛି. ସୋମବାର ସନ୍ଧ୍ୟାରେ ସ୍ଥାନୀୟ ହରିଭବନ ଠାରେ ଜିଲ୍ଲା ସଂଘର୍ଷ ସମିତି ର ଏକ ଗୁରୁତ୍ୱ ପୁର୍ଣ ବୈଠଜ ସଭାପତି ଶେଷଦେବ ପୁଟେଲ ଙ୍କ ଅଧକ୍ଷତା ବସି, ମଙ୍ଗଳବାର ସଖାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତି ନିଆ ଯାଇଥିଲା
ସନ୍ଧ୍ୟାରେ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ବନ୍ଦ ପାଇଁ ସହର ରେ ପ୍ରଚାର କରାଯାଇ ଥିଲା ଜିଲ୍ଲା ସଂଘର୍ଷ ସମିତି ତରଫରୁ. ଏହିବନ୍ଦ ରେ ଜରୁରୀ ସେବା କୁ ବାଦ ଦିଆ ଯାଇଥିବା ବେଳେ,ଯାନ ବାହାନ, ଗାଡିଚଳାଚଳ ସ୍ୱାଭାବିକ ରହିବ, କେବଳ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ବନ୍ଦ ରହିବବୋଲି ଜିଲ୍ଲା ସଂଘର୍ଷ ସମିତି ସଭାପତି ସୂଚନା ଦେଇଛନ୍ତି ।
Comments are closed.