www.samajalive.in
Monday, December 15, 2025
14.1 C
Bhubaneswar

ଆଠଗଡ : ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସରେ ସଚେତନତା

ଆଠଗଡ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଠଗଡରେ ବିଶ୍ୱ ଏଡ୍‌ସ ଦିବସରେ ସଚେତନତା ସୃଷ୍ଟି କରାଯାଇଛି। ସ୍ଥାନୀୟ ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଯୁବ ରେଡକ୍ରସର ରେଡ ରିବନ କ୍ଲବ, ଏନଏସଏସ୍ ଓ ସ୍କାଉଟ୍ସ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ବିଶ୍ବ ଏଡ୍‌ସ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ କଲେଜର ସ୍ୱେଚ୍ଛାସେବୀ ଛାତ୍ରୀ ମାନଙ୍କର ଏକ ସଚେତନତା ଶୋଭାଯାତ୍ରାକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ସ୍ନେହଲତା ତ୍ରିପାଠୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।  ଛାତ୍ରୀମାନେ ହାତରେ ସଚେତନଧର୍ମୀ ଲେଖା ଥିବା ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ସହର ପରିକ୍ରମା କରି ଫେରିବା ପରେ କଲେଜ ପ୍ରେକ୍ଷାଗୃହରେ ଭାରପ୍ରାପ୍ତ ଅଧ୍ୟକ୍ଷା  ଡଃ ତ୍ରିପାଠୀଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆଠଗଡ ଡାକ୍ତରଖାନାର ଏଚଆଇଭିର ସମନ୍ଵିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ରର ପରାମର୍ଶଦାତ୍ରୀ ଗୀତାଞ୍ଜଳି ନାୟକ ବିଷୟ ଭିତ୍ତିକ ବକ୍ତା ଭାବେ ଯୋଗଦେଇ ଏଡ୍‌ସ ରୋଗର ଭୟାବହତା, ଏହି ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ଅବସରରେ ଯୁବାବସ୍ଥାରେ ଛାତ୍ରୀମାନଙ୍କୁ ସେ ସୁରକ୍ଷିତ ଓ ନିରାପଦ ଯୌନଜୀବନ ନିମନ୍ତେ ଆଦର୍ଶ ନିୟମାବଳୀର ଶପଥପାଠ କରାଇଥିଲେ । ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ପ୍ରଧ୍ୟାପିକା ପୁଷ୍ପମଞ୍ଜରୀ ଦାସ, ଏନଏସଏସ ଯୋଜନା ଅଧିକାରୀ ପ୍ରାଧ୍ୟାପିକା ପ୍ରମୋଦିନୀ ଜେନା ଓ ରେଞ୍ଜର ଲିଡର ବିଜୟାଲକ୍ଷ୍ମୀ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛାସେବୀ ଛାତ୍ରୀମାନେ ଏକ ମାନବଶୃଙ୍ଖଳ ପ୍ରଦର୍ଶନ କରିଥିଲେ।
ଗୋପବନ୍ଧୁ ମହିଳା ସ୍ନାତକ କଲେଜ
 ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳନ ହୋଇ ଯାଇଛି । ଅଧ୍ୟକ୍ଷା ସଙ୍ଗୀତା ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ବକ୍ତା ରୂପେ ଆଇ ସିଟିସିର ପରାମର୍ଶଦାତ୍ରୀ ଗୀତାଞଳି ନାୟକ ଓ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟର  ପରିଚାଳକ ପୂଜାଲିନ ମିଶ୍ର ଯୋଗ ଦେଇ ଏଡ୍‌ସ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଏଡ୍‌ସ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଉପଲବ୍ଧ ଚିକିତ୍ସା ବିଷୟରେ ବୁଝାଇଥିଲେ।  ଏହି ଅବସରରେ ସ୍ବେଚ୍ଛାସେବୀ ଛାତ୍ରୀମାନେ ଏଡ୍‌ସ ରୋଗ ସମ୍ପର୍କିତ ସଚେତନ ଭିତ୍ତିକ କ୍ଷୁଦ୍ର ନାଟକ, ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଟ୍ବିଙ୍କିଲ୍ ମିଶ୍ର ଓ ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ । ଅଧ୍ୟାପିକା ବବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଛାତ୍ରୀମାନେ ଏଡସ ସଂପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ ଧରି ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ।
ଯୋରନ୍ଦା ସେକ୍ଟରରେ 
ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟର ପକ୍ଷରୁ ବିଶ୍ବ ଏଡସ୍ ଦିବସ ଅବସରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି।
ଏଚଆଇଭି ସଂକ୍ରମିତ ରୋଗୀର ରକ୍ତ ସୁସ୍ଥ ଲୋକର ରକ୍ତ ସହ ମିଶିଲେ, ସଂକ୍ରମିତ ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ରଖିଲେ ଅଥବା ରୋଗୀ ନେଇଥିବା ଛୁଞ୍ଚିରେ ଅନ୍ୟ ଲୋକ ଇଞେକସନ ନେଲେ ଏବଂ ଭୂତାଣୁ ସଂକ୍ରମିତ ଗର୍ଭବତୀ ମହିଳା ଠାରୁ ଶିଶୁ ଜନ୍ମ ହେଲେ ଏଡସ୍ ରୋଗ ରୋଗ ନିଶ୍ଚିତ ରୂପେ ସଂକ୍ରମିତ ହୋଇଥାଏ । ରୋଗୀର ପ୍ରତିରୋଧକ ଶକ୍ତି ହ୍ରାସ ପାଇଲା ପରେ କ୍ରମାଗତ ଭାବରେ ଓଜନ କମିଥାଏ । ଅଧିକ ଦିନ ଧରି ଜ୍ବର, କାଶ ଓ ଝାଡା ଲାଗି ରହିବା ସହ ଦେହ କୁଣ୍ତାଇ ହେବା, ଚାରିଆଡେ ଦେହର ଗ୍ରନ୍ଥିମାନ ଫୁଲିଯିବା ଲକ୍ଷଣ ଦେଖାଗଲେ ଏଡ୍‌ସ ରୋଗ ସଂକ୍ରମଣ ସମ୍ଭାବନା ଅଧିକ ହୋଇଥାଏ ବୋଲି ଯୋରନ୍ଦା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲାମ ପ୍ରକାଶ କରିଛନ୍ତି। ଯୋରନ୍ଦା ସେକ୍ଟରର ରାଜନଗର ପଞାୟତର ବନଖଣ୍ତି ଗ୍ରାମରେ ବିଶ୍ବ ଏଡ୍‌ସ ଦିବସ ପାଳନ ଅବସରରେ ସୁରକ୍ଷିତ ଓ ନିରାପଦ ଯୌନ ସମ୍ପର୍କକୁ ଗୁରୁତ୍ୱ ଦେବା ଏବଂ ରୋଗର ଲକ୍ଷଣ ଦେଖାଦେବା ମାତ୍ରେ କାଳବିଳମ୍ବ ନକରି ତୁରନ୍ତ ଡାକ୍ତର ପରାମର୍ଶ ନେବା ସହିତ ଆବଶ୍ୟକୀୟ ଚିକିତ୍ସା କରାଇବା ଲାଗି ଶ୍ରୀ ଅସଲାମ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ସେକ୍ଟରର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀମାନେ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ରହିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା  କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories