www.samajalive.in
Tuesday, December 9, 2025
26.1 C
Bhubaneswar

୪ର୍ଥ ଟି-୨୦ ଆଜି : ଭାରତକୁ ବୋଲିଂ ଚିନ୍ତା

ରାୟପୁର : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶୁକ୍ରବାର ରାୟପୁରରେ ଖେଳାଯିବ। ଭାରତ ନିକଟରେ ଶୃଙ୍ଖଳା ବିଜୟ ନେଇ ସୁଯୋଗ ରହିଥିବାବେଳେ ଅଷ୍ଟ୍ରେଲିଆ ବରାବର ସ୍ଥିିତିକୁ ଆଣିବା ନେଇ ପ୍ରୟାସ କରିବ। ​ଶେଷ ୩ଟି ଯାକ ମ୍ୟାଚରୁ ୫ଟି ଇନିଂସରେ ୨୦୦ରୁୁ ଅଧିକ ରନ ସ୍କୋର ହୋଇଛି। ୪ର୍ଥ ମ୍ୟାଚରେ ମଧ୍ୟ ବ୍ୟାଟ୍‌ସମ୍ୟାନଙ୍କ ରାଜୁତି ଦେଖିବା ନେଇ ଆଶା କରାଯାଉଛି।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମ ଦୁଇ ମ୍ୟାଚକୁ ଦୁଇ ୱିକେଟ ଓ ୪୪ରନରେ ବିଜୟ ହାସଲ କରିଥିବାବେଳେ ୩ୟ ମ୍ୟାଚରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଦଳ ୩ୟ ମ୍ୟାଚରେ ଭାରତକୁ ୫ୱିକେଟରେ ପରାସ୍ତ କରି ଶୃଙ୍ଖଳାକୁ ଫେରିଛି। ଭାରତୀୟ ବ୍ୟାଟ୍‌ସମ୍ୟାନ ଭାବେ ଚମତ୍କାର ଫର୍ମରେ ଥିବାବେଳେ ବୋଲିଂକୁ ନେଇ ଚିନ୍ତା ଘାରିିଛି। ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ ​‌େ​‌ଶଷ ମ୍ୟାଚରେ ଚମତ୍କାର ୧୨୨ରନର ଇନିଂସ ଖେଳିଥିଲେ। ଏହାବାଦ୍‌ ଯଶସ୍ବୀ ଜୟସୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ ଓ ରିଙ୍କୁ ସିଂହ ମଧ୍ୟ ଫର୍ମ​‌େ​‌ର ରହିଛନ୍ତି। ବୋଲିଂକୁ ନେଇ ଭାରତ ଚିନ୍ତାରେ ପଡ଼ିଛି।ଶେଷ ମ୍ୟାଚରେ ଭାରତ ୨୨୨ରନ କରିଥିବାବେଳେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ସଂଗ୍ରହ କରିନେଇଥିଲା। ଅର୍ଶଦୀପ୍‌ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ,ଆଭେଶ ଖାନ ଓ ଅକ୍ଷର ପଟେଲ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। କେବଳ ରବି ବିଷ୍ଣୋୟି ବିପକ୍ଷ ଦଳ ଉପରେ ଚାପ ପକାଇବାରେ ସଫଳ ହେଉଛନ୍ତି। ଶୃଙ୍ଖଳା ମଝିରୁ ବିବାହ ପାଇଁ ଘରକୁ ଫେରି ଯାଇଥିବା ମୁକେଶ କୁମାରଙ୍କ ସ୍ଥାନରେ ଶେଷ ଦୁଇ ମ୍ୟାଚ ଲାଗି ଦୀପକ ଚହରଙ୍କୁ ସାମିଲ କରାଯାଇଛି। ଚହର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଖେଳିବ​‌ା ନେଇ ଆଶା କରାଯାଉଛି। ସେହିପରି ଶ୍ରେୟାସ ଆୟର ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଆୟର ତିଲକ ବର୍ମାଙ୍କ ସ୍ଥାନରେ ଖେଳିବାର ଆଶା କରାଯାଉଛି। ଅନ୍ୟପକ୍ଷରେ ମାଥ୍ୟୁ ୱେଡଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରୁଛି। ବ୍ୟାଟିଂରେ ଟ୍ରେଭିସ ହେଡ୍‌, ଆରୋନ ହାର୍ଡି, ଟିମ୍‌ ଡେଭିଡ୍‌, କ୍ରିସ ଗ୍ରୀନ ଓ ମାଥ୍ୟୁ ୱେଡ୍‌ ରହିଛନ୍ତି। ​‌େଶଷ ମ୍ୟାଚରେ ଅପରାଜିତ ଶତକ ଅର୍ଜନ କରି ମ୍ୟାଚ ଜିତାଇଥିବା ଗ୍ଲେନ ମ୍ୟାକ୍ସୱେଲ ଓ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଷ୍ଟିଭେନ୍‌ ସ୍ମିଥ୍‌ ସ୍ବଦେଶ ଫେରି ଯାଇଥିବାରୁ ​‌େ​‌ଶଷ ଦୁଇ ମ୍ୟ​‌ାଚ ଖେଳିବେ ନାହିଁ। ଦଳରେ ୪ଜଣ ନୂତନ ଖେଳାଳି ଜୋଶ ଫିଲିପ୍ସ, ବେନ୍‌ ମ୍ୟାକ୍‌ଡରମଟ୍‌, ବେନ୍‌ ୱାରସୁଇସ ଓ କ୍ରିସ ଗ୍ରୀନ ସାମିଲ ହୋଇଛନ୍ତି। ବୋଲିଂ ବିଭାଗରେ ତନବୀର ସାଙ୍ଘା, ନାଥନ ଏଲିସ, ଜାସନ ବେହେରେନଡ୍ରଫ, ବେନ୍‌ ମ୍ୟାକ୍‌ଡରମଟ୍‌, ବେନ୍‌ ୱାରସୁଇସ ପ୍ରମୁଖ ରହିଛନ୍ତି। ରାୟପୁରର ସହିଦ୍‌ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଶେଷ ଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଏଥିରେ ନ୍ୟୁଜିଲାଣ୍ଡ ମାତ୍ର ୧୦୮ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ଓ ଅଷ୍ଟ୍ରେଲିଆ ଟି୨୦ରେ ବଡ୍‌ ସ୍କୋର ହେବା ନେଇ ଆଶା କରାଯାଉଛି। ଅଷ୍ଟ୍ରେଲିଆ ଦଳରେ ଗ୍ଲେନ ମ୍ୟାକ୍ସୱେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିଶ, ସେନ୍‌ ଆବର୍ଟ ଓ ମାର୍କୋସ ଷ୍ଟୋଇନିସଙ୍କ ଅନୁପସ୍ଥିତିରେ ଭାରତ ପାଇଁ ଶୃଙ୍ଖଳା ଜିତିବାର ବଡ ସୁଯୋଗ ରହିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories