www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ବିଶ୍ବ ଏଡ୍‌ସ ଦିବସ : ୨୧ ବର୍ଷରେ ୬୦ ହଜାର ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏଡ୍‌ସ ସ୍ଥିତିରେ ସୁଧାର ଆସିଛି । ଏନେଇ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ଷକୁ ପ୍ରାୟ ୩ରୁ ୩.୫ ହଜାର ନୂଆ ଏଡ୍‌ସ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୦୦୨ରୁ ୨୦୨୩ (ନଭେମ୍ବର)ମଧ୍ୟରେ ପ୍ରାୟ ଏକ କୋଟି ୪୬ ଲକ୍ଷ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୬୦,୮୮୬ ଏଡ୍‌ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଶେଷ କରି କଟକ ଏବଂ ଗଞ୍ଜାମ ଅତ୍ୟଧିକ ସମ୍ବେଦନଶୀଳ ଜିଲାଭାବେ ପରିଗଣିତ ହେଉଥିବାବେଳେ ୨୫ରୁ ୪୯ ବୟସ ବର୍ଗରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ପ୍ରତିଶତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁରକ୍ଷା କେନ୍ଦ୍ର ଖୋଲିବା ସହିତ ଗୋଷ୍ଠୀସ୍ତରରେ ପରୀକ୍ଷା କରାଯିବା ନେଇ ଯୋଜନା କରାଯାଇଛି।

ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ପରିଷଦ (ଓସାକ୍ସ)ରୁ ମିଳିଥିବା ସୂଚନା ଅନୁସାରେ ୨୦୨୨ ଅକ୍ଟୋବର/ନଭେମ୍ବର ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭,୩୫୯ ଥିବାବେଳ ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ୬୦,୮୮୬ରେ ପହଞ୍ଚିଛି, ଅର୍ଥାତ ବର୍ଷକରେ ୩ ହଜାର ୫ ଶହ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆର୍ଥିକ ବର୍ଷ (ଏପ୍ରିଲରୁ ମାର୍ଚ୍ଚ ମାସ)ର ତଥ୍ୟକୁ ନେଲେ ୨୦୨୩ରେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୮୮୦ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ପ୍ରତିଶତ ପୁରୁଷ ଏବଂ ୩୮ ପ୍ରତିଶତ ମହିଳା ଥିବା ଜଣାପଡ଼ିଛି। ଯେଉଁଥିରେ ୫ ପ୍ରତିଶତ ଶିଶୁ, ୧୪ବର୍ଷରୁ ଅଧିକ ୬ ପ୍ରତିଶତ, ୫୦ ବର୍ଷରୁ ଅଧିକ ୭ ପ୍ରତିଶତ ଏବଂ ବର୍ଷକୁ ୨୨୦ରୁ ୨୫୦ ଗର୍ଭବତୀ ଆକ୍ରାନ୍ତ ହେଉଛନ୍ତି। ଏହାଛଡା ୨୧ ବର୍ଷରେ ଏଡ୍ସ ୧୧,୬୭୮ ଜଣଙ୍କ ମୁଣ୍ଡ ନେଇଛି। ତେବେ‌ ନିୟନ୍ତ୍ରଣ ପାଇଁ ତୃଣମୂଳସ୍ତରରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ରାଜ୍ୟରେ ସମ୍ପୂର୍ଣ୍ଣ ସୁରକ୍ଷା କେନ୍ଦ୍ର କାର୍ଯ୍ୟ କରିବ। ପିଜିଆଇଏମ୍‌ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି କଟକ ବ୍ରହ୍ପପୁର ହସ୍ପିଟାଲରେ ତିନିଟି କେନ୍ଦ୍ର ଆରମ୍ଭ ହେବ। ଯଦିଓ ପୂର୍ବରୁ କେନ୍ଦ୍ର ଥିଲା ତାହା ବିଧିବଦ୍ଧଭାବେ ଜାନୁଆରୀରୁ କାର୍ଯ୍ୟ କରିବ। ଯେଉଁମାନେ ଏଡ୍‌ସ ସଂକ୍ରମିତ ହୋଇନଥିବେ କିନ୍ତୁ ପ୍ରକୃତିଗତ ବା ବୃତ୍ତିଗତରୁ ଲକ୍ଷଣ ଥିବା ଭଳି ଅନୁମାନ କରାଯିବ ସେମାନଙ୍କୁ ନଜରରେ ରଖାଯିବା ସହ ଏହି କେନ୍ଦ୍ରରେ ପରୀକ୍ଷା କରାଯିବ। ସେହିପରି ଖୁବଶୀଘ୍ର ଗୋଷ୍ଠୀସ୍ତରରେ ପରୀକ୍ଷା(କମ୍ୟୁନିଟି ବେସଡ୍‌ ସ୍କ୍ରିନିଂ) କରାଯିବ। ଏଥିରେ ସ୍ବତନ୍ତ୍ର ଦଳ ଲୋକଙ୍କ ଘରକୁ ଯାଇ ପରୀକ୍ଷା କରିବେ। ଏହାଦ୍ବାରା ଗୋଷ୍ଠୀସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଯେଉଁମାନେ ହସ୍ପିଟାଲ ଆସିବାକୁ ସଙ୍କୋଚ କରିବେ ସେମାନେ ଏହାର ଲାଭ ଉଠାଇ ପାରିବେ। ଏହାବ୍ୟତୀତ ରାଜ୍ୟରେ ନୂଆ କରି ଦିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୩ ଜିଲା ୮ କ୍ଲଷ୍ଟର ଜରିଆରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହାସହିତ ୨୦ଟି ଏଆରଟି କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ରାଜ୍ୟର ମୋଟ ୬୪୦ ମହାବିଦ୍ୟାଳୟରେ ରେଡରିବନ କ୍ଲବ କାର୍ଯ୍ୟ କରୁଛି। ଏହାସହ ୧୦୯୭ ଟୋଲ ଫ୍ରି ନମ୍ବରକୁ ଆଞ୍ଚଳିକସ୍ତରରେ ସର୍ବାଧିକ ଫୋନ କଲ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶୁକ୍ରବାର ବିଶ୍ବ ଏଡ୍‌ସ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ସଚେତନତା ଶୋଭାଯାତ୍ରା ସହିତ ନ୍ୟୁଜ ଲେଟର ଲୋକାର୍ପଣ ନିମନ୍ତେ ନିଷ୍ପତ୍ତି ହୋଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories