www.samajalive.in
Sunday, December 14, 2025
19.1 C
Bhubaneswar

ପାହାଡ଼ ପାଖରୁ ସଦ୍ୟଜାତ ଶିଶୁକନ୍ୟା ସହିତ ମା’ଉଦ୍ଧାର

ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ଟିପିଏମ୍ ଫାଣ୍ଡି ଅନ୍ତର୍ଗତ ଗୌଖାନା ପାହାଡ଼ ନିକଟରୁ ଗୋଟିଏ ସଦ୍ୟଜାତ ଶିଶୁକନ୍ୟା ସହିତ ତାର ମା କୁ ଉଦ୍ଧାର କରାଯାଇଛି । ପାହାଡ଼ ନିକଟରେ ଏକ ପଥର ଉପରେ ଗୋଟିଏ ସଦ୍ୟଜାତ ଶିଶୁକୁ ଧରି ଜଣେ ମହିଳା ବସିଥିବା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ କଟକ ଶିଶୁ ମଙ୍ଗଳ ସମିତିରୁ ଖବର ପାଇ ସ୍ଥାନୀୟ ଶିଶୁସଦନର କର୍ମକର୍ତ୍ତା ମାନେ ଫାଣ୍ଡି ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶିଶୁ ଓ ମା’କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଛନ୍ତି। ସେଠାରେ ଶିଶୁଟିର ନାହି କଟାଯିବା ସହିତ ତାର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ମା’ର ମଧ୍ୟ ଚିକିତ୍ସା କରାଯାଉଛି । ଉକ୍ତ ମହିଳାଙ୍କ ବୟସ ୩୦ବର୍ଷ ହେବା ଅନୁମାନ କରାଯାଉଛି । ତାଙ୍କର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି। ସେ କୌଣସି ପ୍ରଶ୍ନର ଉତ୍ତର ଦେଉ ନଥିବାରୁ ତାଙ୍କର ପରିଚୟ କିମ୍ବା ପରିବାର ସମ୍ପର୍କରେ କୌଣସି ତଥ୍ୟ ଜଣା ପଡ଼ିନାହିଁ । ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories