ପାଟଣା : ଗୁରୁବାର ପାଟଣା-କେନ୍ଦେଇପଶି ରାସ୍ତାର ବାଦୁଡିଘେରା ନିକଟରେ ନିଜ ଗ୍ରାମକୁ ସ୍କୁଟି ଯୋଗେ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ଏକ ଅଜଣା କାର ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଯୁବତୀ ଜଣଙ୍କ ବାଦୁଡିଘେରା ନିକଟରେ ସ୍କୁଟି ରଖି ମୋବାଇଲରେ କଥା ହେଉଥିବା ବେଳେ ପାଟଣା ପଟୁ କେନ୍ଦେଇପଶି ଆଡକୁ ଯାଉଥିବା ଏକ ଅଜଣା କାର ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଘଟଣା ସ୍ଥଳରୁ ଯୁବତୀକୁ ଅଗ୍ନିଶମବାହିନୀ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ସାହାରପଡା ବ୍ଲକ କପୁଣ୍ଡି ଗ୍ରାମର ନରୋତ୍ତମ ସେଠୀଙ୍କ ଝିଅ ଅନୁପମା ସେଠୀ(୨୫)ବୋଲି ଜଣାପଡିଛି। ପାଟଣା ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



