www.samajalive.in
Monday, December 15, 2025
16.1 C
Bhubaneswar

ଲାଞ୍ଜିଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ବ୍ଳକ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର  ଅନୁଷ୍ଠିତ ହୋଇ ଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କଁଅର ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର , ବ୍ଳକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବ୍ଳକ ବିଏସଏସଓ ଅରବିନ୍ଦ ମହାପାତ୍ର, ପୁର୍ବତନ ବ୍ଳକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ମନୋହର ହରପାଲ ପ୍ରମୁଖ ଉପସ୍ଥିତ ଥିଲେ।
ଲାଞ୍ଜିଗଡ଼ ବ୍ଳକ ୨୬ ଗୋଟି ପଞ୍ଚାୟତର ଦୂରଦୂରାନ୍ତରୁ ଏହି ଶିବିରରେ ଶହ ଶହ ଭିନ୍ନକ୍ଷମ ଆସି ନିଜ ନିଜର ଅଭିଯୋଗ କରିଥିଲେ। ଚଳିତ ବର୍ଷ ବ୍ଳକର ବିଭିନ୍ନ ପଞ୍ଚାୟତରୁ ସର୍ବ ମୋଟ ୧୪୭ ଜଣ ୟୁଡିଆଡ଼ି ପଞ୍ଜିକରଣ କରିଥିବା ବେଳେ ୯୧ ଜଣଙ୍କୁ ତୁରନ୍ତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହାସହିତ ଟ୍ରାଇସାଇକଲ ୩ ଜଣକୁ ,ହୁଇଲ ଚେୟାର ୨ ଜଣକୁ , ଆଶାବାଡି  ଜଣକୁ ପ୍ରଦାନ କରାଯାଇଥିଲା।
ଆଜିର ଏହି ଶିବିରରେ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟାଳୟରୁ ଚକ୍ଷୁ ,କର୍ଣ୍ଣ,ଗଳା, ଅସ୍ଥିଶଲ୍ୟ ବିଭାଗର ବିଭିନ୍ନ ଡାକ୍ତର ମାନେ ଆସି ଏହି ଶିବିରରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଳକ ପିଇଓ ପ୍ରମୋଦ ସାହୁ , ଯୋଗାଣ ସହାୟକ ରାଜେନ୍ଦ୍ର ମହାକୁଡ଼ ,ଯୋଗାଣ ସହାୟକ ମିଥୁନ ମହାକୁଡ଼,ଯୋଗାଣ ସହାୟକ କୁଳମଣି ବେହେରା , ଯୋଗାଣ ସହାୟକ ଚନ୍ଦ୍ରମଣି ଗୌଡ଼, ଡିଇଓ ପବିତ୍ର ବେହେରା, ଲକ୍ଷ୍ମଣ ନାଏକ, ଆଶିଷ ମୁଗରୀ, ବିପିଏ ଜିତୁ ପୋଢ଼, ପିଏ ପୀତବାସ ସାହୁ,ଏସଏ ଜଗଜୀବନ ମାଝୀ ପ୍ରମୁଖ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories