www.samajalive.in
Monday, December 15, 2025
27.1 C
Bhubaneswar

ଆଇଏମଆଇଟିରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

କଟକ: ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୋଗିକ ସଂସ୍ଥାନ – ଆଇଏମଆଇଟି କଟକରେ ନୁଆ ଓ ଯୁବ ଓଡିଶା ନବୀନ ଓଡିଶା ତରଫରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଆଜି କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମ ହିଁ ଉପାସନା ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ସେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ଏବଂ ସାଂସ୍କୃତିକ କ୍ଷେତ୍ରରେ ଅଂଶ ଗ୍ରହଣ କରି ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଉତ୍ସାହିତ କରିଥିଲେ।

- Advertisement -

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ସଂଯୋଜକ ଅରୁଣ କୁମାର ସ୍ୱାଇଁ ଓ ଅଜିତ କୁମାର ସିଠ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ସଭା ଶେଷରେ ଏମବିଏ ଓ ଏମସିଏ ବିଭାଗୀୟ ମୁଖ୍ୟ ତଥା ନୋଡାଲ ଅଫିସର ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ପରିଚାଳନାରେ ଏମବିଏ ବିଭାଗର ସଂଯୋଜକ ଅଧ୍ୟାପକ ରଜତ କୁମାର ବଳିୟାରସିଂହ, ସତ୍ୟ ପ୍ରକାଶ ସ୍ୱାଇଁ, ସୁଜାତା ରାୟ, ସୃତିପ୍ରଜ୍ଞା ସ୍ୱାଇଁ, କୁମାର ଜନାର୍ଦନ ପାତ୍ର ଏବଂ ଅନୁଷ୍ଠାନର ପୁରାତନ ଛାତ୍ର ଛାତ୍ରୀ ଗୋପାଳ ନାୟକ, ଶ୍ରଦ୍ଧାଞ୍ଜଳି ସାହୁ ଓ ସୁହାନା ସଞ୍ଜିତା ଦାଶ ସହଯୋଗ କରିଥିଲେ। ଏହି ସଭାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories