www.samajalive.in
Monday, December 15, 2025
15.1 C
Bhubaneswar

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ; ଶିକ୍ଷକ ଅଟକ

ସମ୍ବଲପୁର: ବରେଇପାଲି ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ। ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ହେବା ସହ ଶିକ୍ଷକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ଗତ ଦୁଇ ଦିନ ତଳେ ଜଣେ ସ୍କୁଲ ଛାତ୍ରୀ ତାଙ୍କର କିଛି ସାଙ୍ଗଙ୍କ ସହ ତାଙ୍କ ଶ୍ରେଣୀ ଗୃହ ଭିତରେ ଥିଲେ। ସେହି ସମୟରେ ଇଂରାଜୀ ଶିକ୍ଷକ ଶ୍ରେଣୀ ଭିତରକୁ ଆସି ପୀଡିତା ଛାତ୍ରୀଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ଏହି ସମୟରେ ଛାତ୍ରୀଙ୍କୁ ଶ୍ରେଣୀ ଗୃହ ଭିତରେ ଶିକ୍ଷକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ଛାତ୍ରୀ ଜଣକ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ। ଏହାପରେ ସମସ୍ତ ଘଟଣା ସେ ପରିବାର ବର୍ଗଙ୍କୁ ଜଣାଇଥିଲେ। ଗୁରୁବାର ଅଭିଭାବକ ସଂଘ ଏ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଏନେଇ ଜଣାଇ ଥିଲେ। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପୁଲିସକୁ ତୁରନ୍ତ ଖବର ଦେଇଥିଲେ। ସେପଟେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସମ୍ବଲପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ପୀଡିତା ଛାତ୍ରୀଙ୍କୁ ଭେଟି ଜଣେ ମହିଳା ଥାନା ଅଧିକାରୀଙ୍କ ସହ ତଦନ୍ତ କରିଥିଲେ। ସେପଟେ ପରିବାର ବର୍ଗ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଆଧାରରେ ପୁଲିସ ଅଭିଯୁକ୍ତ ଶିକ୍ଷକ ଅରୁଣ ଯୋଶୀଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories