www.samajalive.in
Monday, December 8, 2025
20.1 C
Bhubaneswar

ବହୁ ଚର୍ଚ୍ଚିତ ଖଲଣା ସୁନନ୍ଦ ସେଠୀ ହତ୍ୟା ମାମଲା; ସଙ୍କଟରେ ପରିବାର !

କେଶଦୂରାପାଳ: ବହୁ ଚର୍ଚ୍ଚିତ ଖଲଣା ସୁନନ୍ଦ ସେଠୀଙ୍କୁ ଗୁଳିକରି ହତ୍ୟା ପରେ ଦୁର୍ବୃତ୍ତମାନେ ବିଧବା ପତ୍ନୀ ଓ ପରିବାରକୁ ହତ୍ୟା ଧମକ ଦେଇଛନ୍ତି ।
ଘସିପୁରା ନିର୍ବାଚନ ମଣ୍ଡଳୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗ୍ରାମରେ ଗତ ୨୦୨୨ ଜୁଲାଇ ୧୪ତାରିଖ ଅପରାହ୍ନରେ ସୁନନ୍ଦ ସେଠୀଙ୍କୁ ଗୁଳିକରି ହତ୍ୟା କରିବାର ୧୬ମାସ ପରେ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଉଥିବାର ରାମଚନ୍ଦ୍ରପୁର ଥାନାରେ ସୋମବାର ପତ୍ନୀ ଭାଷାରାଣୀ ସେଠୀ ଲିଖିତ ଅଭିଯୋଗ କରଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ରାତି ପ୍ରାୟ ୮ଘଟିକା ସମୟରେ ଖଲଣା ଗ୍ରାମର ଗୋପୀନାଥ ଦଳେଇ, କରୁଣାକର ଶା, ସଞ୍ଜୟ କୁମାର ରାଉତ, ଅଜୟ କୁମାର ସାହୁ, ଅଭିଳାଷ ଶା ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗାଁ ଛାଡ଼ି ନଗଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରକୁ ଭିତ୍ତି କରି ରାମଚନ୍ଦ୍ରପୁର ପୁଲିସ ପକ୍ଷରୁ କେଶ ନଂ ୨୭୯/ ୨୦୨୩ରେ ଆର୍ମସ ଆକ୍ଟର ଧାରା ୨୫ ଓ ଆଟ୍ରୋସିଟି ମାମଲା ରୁଜୁ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ କାହାକୁ ଗିରଫ କରାଯାଉନଥିବା ଥାନା ଅଧିକାରୀ ବିଜୟ କୁମାର ସିଂ ପ୍ରକାଶ କରିଛନ୍ତି । ଖଲଣା ସୁନନ୍ଦ ସେଠୀ ହତ୍ୟାକାଣ୍ଡର ମୋଟ ୧୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିନଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅକ୍ଷୟ କୁମାର ଘୋଷ ଏବେ ଜେଲରେ ରହିଛି । ଏହି ଘଟଣାରେ ସମ୍ପୃକ୍ତ ସୁଧାଂଶୁ ଶେଖର ରାଉତ, କୋଇଲି ଘୋଷ, ଅଜୟ କୁମାର ସାହୁ, କରୁଣାକର ଶା, ଗିରିଧାରୀ ଘୋଷ, ଗୋପୀନାଥ ଦଳେଇଙ୍କ ନାମରେ ପୁଲିସ ମାମଲା ରୁଜୁ କରିଥିଲା । ସେମାନେ ଜାମିନିରେ ଆସିଛନ୍ତି । ଏହି ଘଟଣାରେ ଘସିପୁରା ବିଧାୟକଙ୍କ ପୁଅଙ୍କ ସମେତ ଟୁଲୁ ସାହୁ, ଅଜୟ କୁମାର ରାଉତ, ସଞ୍ଜୟ କୁମାର ରାଉତଙ୍କ ନାମରେ କେଉଁ କାରଣରୁ ରାମଚନ୍ଦ୍ରପୁର ପୁଲିସ ମାମଲା ରୁଜୁ କରିନଥିଲେ ତାହା ତଦନ୍ତ ସାପେକ୍ଷ । ସୁନନ୍ଦ ହତ୍ୟା ଘଟଣାର ମାମଲା ବିଚାରାଧିନ ଥିବା ବେଳେ ପତ୍ନୀ ଭାଷାରାଣୀ ସେଠୀଙ୍କର ପରିବାରଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ପରେ ପରିବାର ସଂକଟରେ ଥିବା ଜଣାପଡିଛି । ଦିନକୁ ଦିନ ଘସିପୁରା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories