www.samajalive.in
Monday, December 15, 2025
14.1 C
Bhubaneswar

‘ଐତିହ୍ୟ ଓ ପରମ୍ପରା ଯୁବପିଢ଼ି ଜାଣିବା ଜରୁରୀ’

ଉତ୍ତରଭୁବନେଶ୍ୱର : ଭୁବନେଶ୍ୱର ବାଲିଯାତ୍ରାରେ ‘ସମାଜ’ ପକ୍ଷରୁ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଷ୍ଟଲ୍‌ ବୁଧବାର ସନ୍ଧ୍ୟାରେ  ଉଦ୍‌ଘାଟିତ ହୋଇଯାଇଛି।
ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି ଡ. ହୃଷିକେଶ ମଲ୍ଲିକ ଯୋଗ ଦେଇ କହିଥିଲେ, ବାଲିଯାତ୍ରା କିମ୍ବା ରାଜ୍ୟର ଯେକୌଣସି ସାଂସ୍କୃତିକ ଆନ୍ଦୋଳନକୁ ଜନସମାଜରେ ପହଞ୍ଚାଇବାରେ ‘ସମାଜ’ର ଭୂମିକା ଅଗ୍ରଗଣ୍ୟ।  କେବଳ ଉତ୍ସବ ପାଳନ କଲେ ଚଳିବ ନାହିଁ, ଏହା ମାଧ୍ୟମରେ ଆମ ଅତୀତର ସମୃଦ୍ଧ ସଂସ୍କୃତି, ପରମ୍ପରା ଆଜିର ପିଢ଼ିକୁ ଜଣାଇବା ଆମର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି ସେ ମତ ପୋଷଣ କରିଥିଲେ। ସମ୍ମାନିତ ଅତିଥିଭାବେ ବିଶିଷ୍ଟ ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ବାଲିଯାତ୍ରାର ଇତିବୃତ୍ତ ସମ୍ପର୍କରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ‘ସମାଜ’ର ମୁଖ୍ୟ ପରିଚାଳକ ଶିବରାମ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର, ସହକାରୀ ପରିଚାଳକ ବିନାୟକ ଶତପଥୀ, ଶାଖା ମୁଖ୍ୟ ନିହାର ରଞ୍ଜନ ପଟ୍ଟନାୟକ, ବ୍ୟୁରୋ ମୁଖ୍ୟ ଗୋପୀନାଥ ବାରିକ୍‌, ପୋର୍ଟାଲ ମୁଖ୍ୟ ଜିତ୍‌ ପଟ୍ଟନାୟକ, ହିମାଂଶୁ କର, ମନୋଜ ସାହୁ, ଜ୍ଞାନ ତ୍ରିପାଠୀ, ତାପସ କୁମାର ପତି, କ୍ଷୀରୋଦ କୁମାର ବେହେରା, ପ୍ରଦୀପ କୁମାର ଜେନା, ବାଲିଯାତ୍ରା କମିଟିର ଗଣମାଧ୍ୟମ ସଂଯୋଜକ ପ୍ରଦୀପ୍ତ ପରିଡ଼ା, ଆଶୁତୋଷ ସାମନ୍ତରାୟ, ଅଭୟ ବଡ଼ଜେନା, ନିଲୁ ଖୁଣ୍ଟିଆ,  ଅର୍ଜୁନ ସାହୁ, ଲୁକେଶ ସାହୁ, ପ୍ରକାଶ ସାହୁ, ଜଗନ୍ନାଥ ଭଞ୍ଜ, ଆଲୋକ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍‌ଘାଟନ ସମୟରୁ ରାତି ୧୦ଟା ସୁଦ୍ଧା ପାଠକ ଓ ଗ୍ରାହକଙ୍କ ଗହଳି ଷ୍ଟଲ୍‌ରେ ଲାଗି ରହିଥିଲା। ବିଭିନ୍ନ ପୁସ୍ତକ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।

- Advertisement -

ବିଶେଷକରି ବିଦ୍ୟାଳୟ ଛାତ୍ରଛାତ୍ରୀ ‘ସମାଜ’ ଖାତା କିଣିଥିବାବେଳେ ଯୁବକ ଓ ଯୁବତୀ ବାବୁଜୀ ଓ ଗୋପବନ୍ଧୁଙ୍କ ବିଭିନ୍ନ ପୁସ୍ତକ କିଣୁଥିବା ଦେଖାଯାଇଥିଲା । ସେହିପରି ବିଭିନ୍ନ ମନ୍ତ୍ର, ଶ୍ଳୋକ ଥିବା ପୁସ୍ତକ ଏବଂ ପୂଜା ପଦ୍ଧତି ଭଳି ଆଧ୍ୟାତ୍ମିକ ପୁସ୍ତକ ଗ୍ରାହକମାନେ କିଣୁଥିଲେ। ପ୍ରତ୍ୟେକ ପୁସ୍ତକ ଉପରେ ୩୦% ରିଆତି ଦିଆଯାଉଥିବାରୁ ଗ୍ରାହକଙ୍କ ମଧ୍ୟରେ  ଉତ୍ସାହ ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories