www.samajalive.in
Saturday, December 13, 2025
26.1 C
Bhubaneswar

ଫୁଲବାଣୀ କୁଇସମାଜ ସେବା ସମିତିର ୭୦ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀର ୭୦ତମ ପ୍ରତିଷ୍ଠା ଦିବସ ଆମ୍ବେଦକର କଲେଜ ଛକ ପଡିଆ ନିକଟରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଳିକ, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରସାଶନିକ କର୍ମଚାରୀ କୁମୁଦ ଚନ୍ଦ୍ର ମଲିକ, ସମ୍ମାନିତ ଅତିଥି ରୂପେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ସଭ୍ୟା ମମତା ମଲିକ, ଖଜୁରୀପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ସଭାପତି କୁଇସମାଜ ସେବା ସମିତି ଫୁଲବାଣୀ ସୁଦର୍ଶନ କହଁର, କୁଇ ସମାଜ ଯୁବପରିଷଦ ସଭାପତି ଆଲୋକ କହଁର , ଭାସ୍କର ପ୍ରଧାନ, ସଭାପତି କୁଇକୁଳ ସମିତି ବାଲିଗୁଡ଼ା ମନୋଜ ମଲିକ, କୁଇଭାଷା ସାହିତ୍ୟସମିତି ଦୀନବନ୍ଧୁ କହଁର, କୁଇ କବି ପ୍ରଦୀପ କହଁର ଯୋଗଦେଇ ଥିଲେ । ସର୍ବ ପ୍ରଥମେ ଖଜୁରୀପଡା ଅଧିଷ୍ଠାତ୍ରୀ ଦେବୀ ମାଁ ସୁରାଦେଇଙ୍କ ପୀଠରୁ ଏକ ପଦଯାତ୍ରାରେ ଯାଇ  ଖଜୁରୀପଡା ତହସିଲ ଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତା’ପରେ ଆମ୍ବେଦକର କଲେଜ ଛକ ନିକଟରେ ଏକ ଆଲୋଚନା ସଭା ହୋଇଥିଲା । ଭଗବତ କଳା ପରିଷଦ ଟିଟ୍ରାପଙ୍ଗା ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଶଣ କରିଥିଲେ।

- Advertisement -

ଶେଷରେ ତିନି ସମାଜ ସେବୀ ମୋହନ କହଁର ଗରାକୁମ୍ପା, ବିଦୁର ମଲିକ ଉରୁମୁଣ୍ଡା, ଶ୍ରୀମତୀ ହିରାମତୀ କହଁର ପକନାଗାଁ ଓ ସାଂସ୍କୃତିକ ପରିବେଶଣ କରିଥିବା ଟିମ୍ ଏବଂ କୁଇସମାଜ ପାଇଁ ସ୍ବେଚ୍ଛାକୃତ ମନୋଭାବ ନେଇ ସେବା କରୁଥିବା ବ୍ୟକ୍ତି ମାନଙ୍କୁ ମାନପତ୍ର ସହ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିରେ କୁଇସମାଜ ସେବା ସମିତି ଫୁଲବାଣୀର ମୁଖ୍ୟ ସଭ୍ୟ ଗୌତମ ପ୍ରଧାନ, ଉପସଭାପତି ରମାକାନ୍ତ ମଳିକ,ସମ୍ପାଦକ ଅବନୀ କୁମାର କହଁର,ସହ ସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର,କୁଇ ସମାଜ ସେବା ସମିତି ସଭାନେତ୍ରୀ ସୌଦାମିନୀ କହଁର, ଉପଦେଷ୍ଟା ଉମାଚରଣ ମଲିକ, ଲକ୍ଷ୍ମଣ ଝାଙ୍କର, ସାଂସ୍କୃତିକ ଉପଦେଷ୍ଟା ବିରେନ୍ଦ୍ର କୁମାର କହଁର,ବ୍ରାହ୍ମଣ ପାଦ ସରପଞ୍ଚ ହେମକେଶ ମଲିକ, ଲଳିତା କୁମାର ମଲିକ, ଜିତେନ୍ଦ୍ର ଦେହୁରୀ, ତରଣିସେନ ମଲିକ, ବାଳକୃଷ୍ଣ କହଁର , ରମେଶ ଚନ୍ଦ୍ର ପ୍ରଧାନ ସମେତ ୧୬ ଗୋଟି ଶାଖା ଓ କୁଇସମାଜ ଯୁବପରିଷଦ କନ୍ଧମାଳ ର ସଭାପତି ଓ ସମ୍ପାଦକ, କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories