www.samajalive.in
Monday, December 15, 2025
16.1 C
Bhubaneswar

ବରିଷ୍ଠ ନାଗରିକ କ୍ଲବର ବାର୍ଷିକୋତ୍ସବ

ଚୌଦ୍ୱାର :  ଚୌଦ୍ୱାର ବରିଷ୍ଠ ନାଗରିକ କ୍ଲବର ବାର୍ଷିକୋତ୍ସବ ବୁଧବାର ସ୍ଥାନୀୟ ମହିମା ପ୍ୟାଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ମୁଖ୍ୟ ଉପଦେଷ୍ଟା ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକଙ୍କ ଅବଶ୍ୟକତା ନିତ୍ୟାନ୍ତ ଜରୁରୀ ଓ ବରିଷ୍ଠ ନାଗରିକ ଆସନ୍ତା ପିଢୀ ସମାଜର ଜଣେ ଜଣେ ମାର୍ଗଦର୍ଶକ ବୋଲି ପ୍ରକାଶ କରିଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ଆଇଆଇସି ବିଶ୍ୱରଞ୍ଜନ ସାହୁ, ଇମ୍ଫା କାରଖାନାର ଉପସଭାପତି ବିନୟ କୁମାର ଅଗ୍ରୱାଲ,ସାରଦା ପ୍ରସାଦ ରାଓ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମସ୍ତ ସମସ୍ୟା ଉପରେ ସମସ୍ତେ ପ୍ରାଥମିକତା ପ୍ରଦାନ କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ଟ୍ରେହେଡେନ କଲେଜର ଅଧ୍ୟକ୍ଷ ତ୍ରୀଦେବ ବେହେରା ଓ ବିରାଟ ବଜାର ପୁଜା କମିଟି ସଭାପତି ପ୍ରଶାନ୍ତ ବରାଳଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦେଷ୍ଟା କେ.ସି.ପ୍ରତାପ ସିଂହ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଅତିଥି ମାନଙ୍କ ଦୃଷ୍ଟି ଅକର୍ଷଣ କରିଥିଲେ । ସଭାପତି ଶିଶିର କୁମାର ଶତପଥି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୌରାଙ୍ଗ ଚନ୍ଦ୍ର ଦାଶ, ଅଜୟ କୁମାର ସ୍ୱାଇଁ, ମହେଶ୍ୱର ପଣ୍ଡା, ପ୍ରସନ୍ନ କୁମାର ରାଉତ, ପ୍ରଦୀପ୍ତ କୁମାର ଭୁୟାଁ, ମନ୍ଦରଧର ଦାସ, ମୀନକେତନ ପଣ୍ଡା, ବିଜୟ କେତନ ସ୍ୱାଇଁ, ବିଶ୍ୱାକଲ୍ୟାଣ ଦାସ, ଡା.ନିରଞ୍ଜନ ପ୍ରଧାନ, ଡା.ମହମ୍ମଦ ମଇଉଦ୍ଦିନ, ବସନ୍ତ କୁମାର ସାହୁ, ପ୍ରମୋଦ ଚନ୍ଦ୍ର ସାମଲ, ଶରତ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ରାଉତରାୟ,ସାମସଙ୍ଗ ରାଉତ, ବାବାଜି ବରାଳ, କ୍ଷେତ୍ର ମୋହନ ପାତ୍ର, ଧୃବଚରଣ ମହାରଣା, ରବିନ୍ଦ୍ର ନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories