www.samajalive.in
Sunday, December 14, 2025
19.1 C
Bhubaneswar

ସାଇକଲକୁ ଧକ୍କା ଦେଲା ବାଇକ, ଜଣେ ମୃତ

ପଦ୍ମପୁର : ପଦ୍ମପୁର ଥାନା ରାଇଲ ପଦର ଛକ ନିକଟରେ ସାଇକଲକୁ ବାଇକ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ ଜଣେ ସାଇକଲ ଚାଳକ ପଦ୍ମପୁର ଠାରୁ ମାରିଗୁଡା ଯାଉଥିବା ସମୟରେ ବିପରୀତ ଦିଗରୁ ଗୁଣପୁର ଠାରୁ ପଦ୍ମପୁର ବ୍ଲକ ତିତିରିବନ୍ଧ ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ବାଇକ ଚାଳକ ପଦ୍ମପୁର ବ୍ଲକ ଆଖୁସିଙ୍ଗ ପଞ୍ଚାୟତ ତିତିରିବନ୍ଧ ଗ୍ରାମର ଭାସ୍କର ମାଝୀ ବୋଲି ଜଣାପଡିଛି। ସାଇକେଲ ଚାଳକଟି ମାରିଗୁଡା ଗ୍ରାମର ରମାକାନ୍ତ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।

- Advertisement -

ଘଟଣା ସ୍ଥଳରେ ପଦ୍ମପୁର ପୁଲିସ ପହଞ୍ଚି ଉଭୟଙ୍କୁ ୧୦୮ ଓ ପଦ୍ମପୁର ଅଗ୍ନିଶମ ବାହିନୀର ସହାୟତାରେ ପଦ୍ମପୁର ମେଡିକାଲକୁ ପହଞ୍ଚାଇଥିଲେ। ଉଭୟଙ୍କୁ ପଦ୍ମପୁର ମେଡିକାଲ କର୍ମଚାରୀ ଚିକିତ୍ସା ପରେ ଗୁରୁତର ସାଇକେଲ ଆରୋହୀକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ନେଇ ପୁଲିସ ସୂଚନା ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories