www.samajalive.in
Wednesday, December 10, 2025
18.1 C
Bhubaneswar

ସାଇକଲକୁ ଧକ୍କା ଦେଲା ବାଇକ, ଜଣେ ମୃତ

ପଦ୍ମପୁର : ପଦ୍ମପୁର ଥାନା ରାଇଲ ପଦର ଛକ ନିକଟରେ ସାଇକଲକୁ ବାଇକ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ ଜଣେ ସାଇକଲ ଚାଳକ ପଦ୍ମପୁର ଠାରୁ ମାରିଗୁଡା ଯାଉଥିବା ସମୟରେ ବିପରୀତ ଦିଗରୁ ଗୁଣପୁର ଠାରୁ ପଦ୍ମପୁର ବ୍ଲକ ତିତିରିବନ୍ଧ ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସାଇକେଲକୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ବାଇକ ଚାଳକ ପଦ୍ମପୁର ବ୍ଲକ ଆଖୁସିଙ୍ଗ ପଞ୍ଚାୟତ ତିତିରିବନ୍ଧ ଗ୍ରାମର ଭାସ୍କର ମାଝୀ ବୋଲି ଜଣାପଡିଛି। ସାଇକେଲ ଚାଳକଟି ମାରିଗୁଡା ଗ୍ରାମର ରମାକାନ୍ତ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।

- Advertisement -

ଘଟଣା ସ୍ଥଳରେ ପଦ୍ମପୁର ପୁଲିସ ପହଞ୍ଚି ଉଭୟଙ୍କୁ ୧୦୮ ଓ ପଦ୍ମପୁର ଅଗ୍ନିଶମ ବାହିନୀର ସହାୟତାରେ ପଦ୍ମପୁର ମେଡିକାଲକୁ ପହଞ୍ଚାଇଥିଲେ। ଉଭୟଙ୍କୁ ପଦ୍ମପୁର ମେଡିକାଲ କର୍ମଚାରୀ ଚିକିତ୍ସା ପରେ ଗୁରୁତର ସାଇକେଲ ଆରୋହୀକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ନେଇ ପୁଲିସ ସୂଚନା ଦେଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories