ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ଠାରେ ରାଜନୀତି ବିଜ୍ଞାନ ଏବଂ ଲୋକ ପ୍ରଶାସନ ବିଭାଗ ତରଫରୁ ମିଳିତ ଭାବେ ସ୍ୱର୍ଗତ ପ୍ରଫେସର ହରିହର ଦାଶଙ୍କ ସ୍ମୃତି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷାବିତ ପ୍ରଫେସର ମନୋରଞ୍ଜନ ମହାନ୍ତି ଯୋଗ ଦେଇ “ଚେଜିଙ୍ଗ ଟର୍ମସ ଅଫ ଡିସ୍କୋର୍ସ ଇନ ଦ କଣ୍ଟେମପରାରି ୱାଲଡ଼” ଶୀର୍ଷକ ଉପରେ ନିଜର ବ୍ୟକ୍ତବ ପ୍ରଦାନ କରିଥିଲେ। ଏଥିରେ ଶିକ୍ଷାବିତ ପ୍ରଫେସର ବିଜୟ କୁମାର ବୋହିଦାର ଅଧକ୍ଷତା କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ସ୍ବର୍ଗତ ପ୍ରଫେସର ହରିହର ଦାଶଙ୍କ କର୍ତ୍ତବ୍ୟ ପରାୟଣତା, ସ୍ଵାଭିମାନ ଉପରେ ଆଲୋକପାତ କରିଥିଲେ।
Popular Categories



