www.samajalive.in
Monday, December 15, 2025
16.1 C
Bhubaneswar

ନ୍ୟୁୟର୍କ ଗୁରୁଦ୍ବାରରେ ଗୁରୁପର୍ବ ଉତ୍ସବ : ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଇରାଣ କଲେ ଖଲିସ୍ତାନୀ

ନୂଆଦିଲ୍ଲୀ : ଗୁରୁ ନାନକ ଦେବଙ୍କ ଜୟନ୍ତୀ ଉପଲକ୍ଷେ ନ୍ୟୁୟର୍କର ଏକ ଗୁରୁଦ୍ବାରକୁ ପ୍ରାର୍ଥନା ପାଇଁ ଯାଇଥିବାବେଳେ ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂହ ସାନ୍ଧୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଗୁରୁଦ୍ବାର ପରିସରରେ କେତେକ ଖଲିସ୍ତାନୀ ସମର୍ଥକ ତରନଜିତଙ୍କୁ ହଇରାଣ ହରକତ କରିଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କର ଗୁରୁ ନାନକ ଦରବାରରେ ଆୟୋଜିତ ଗୁରୁପର୍ବ ଉତ୍ସବରେ ତରନଜିତ୍ ଯୋଗ ଦେବାକୁ ଯାଇଥିଲେ। ମାତ୍ର ସେଠାରେ କେତେକ ଖଲିସ୍ତାନୀ ସମର୍ଥକ ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଖଲିସ୍ତାନୀ ସମର୍ଥକମାନେ ତରନଜିତଙ୍କୁ କହିଥିଲେ ଯେ ତୁମେ ହରଦୀପ ସିଂହ ନିଜ୍ଜାରଙ୍କୁ ହତ୍ୟା କରିଛ ଓ ପନ୍ନୁନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲ। ଏହା ସହିତ ସେମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗୁରୁଦ୍ବାର ପରିସରରେ ହଇରାଣ କରାଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହି ଘଟଣା ପରେ ତରନଜିତ୍ ସେଠାରୁ ପଳାଇ ଆସିଥିଲେ। ତରନଜିତ୍ ପଳାଇ ଆସିବା ପରେ ଜଣେ ସମର୍ଥକ ଗୁରୁଦ୍ବାର ବାହାରେ ଖଲିସ୍ତାନୀ ପତାକା ଉଡାଇଥିଲେ। ଏ ସମ୍ପର୍କରେ ତରନଜିତ କହିଛନ୍ତି ଯେ ଗୁରୁଦ୍ବାରରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ସେ ଗୁରୁ ନାନକଙ୍କ ଭଜନ କୀର୍ତ୍ତନ କରିବା ସହିତ ତାଙ୍କ ଅମର ବାଣୀର ଆଲୋଚନା କରିଥିଲେ। ମାତ୍ର ଗୁରୁଦ୍ବାର ପରିସରରେ ଯେଉଁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ସେସମ୍ପର୍କରେ ତରନଜିତ୍ କିଛି କହି ନାହାନ୍ତି।
କାନାଡା ସହିତ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆରେ ଏବେ ଖଲିସ୍ତାନୀ ସପକ୍ଷବାଦୀ ଆନ୍ଦୋଳନ ଜୋର ଧରିବାରେ ଲାଗିଛି। ଗତ ଜୁଲାଇରେ ସାନଫ୍ରାନସିସ୍‌କୋସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ପୋଡାଜଳା କରିଥିଲେ। ସେପ୍ଟେମ୍ବର ମାସରେ ବ୍ରିଟେନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାସ୍ବାମୀ ସ୍କଟଲ୍ୟାଣ୍ଡର ଗ୍ଲାସଗୋସ୍ଥିତ ଏକ ଗୁରୁଦ୍ବାରକୁ ଯିବା ସମୟରେ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ ଭାରତ ସରକାର ବ୍ରିଟେନ ସରକାରଙ୍କ ନିକଟରେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି ଆମେରିକାସ୍ଥିତ ଶିଖ୍ ସଂଗଠନ ଶିଖ ଫର ଜଷ୍ଟିସ (ଏସଏଫ୍‌ଜେ)ର ନେତା ଗୁରୁପତୱନ୍ତ ସିଂହ ପନ୍ନୁନକୁ ହତ୍ୟା କରିବା ଲାଗି ଭାରତ ସରକାର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories