www.samajalive.in
Sunday, December 14, 2025
26.1 C
Bhubaneswar

ଗରିବ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କି ବୁଢା କି ପିଲା ସମସ୍ତେ ଏବେ ନିଆଁ ଜାଳି ନିଆଁ ପାଖରେ ବସୁଛନ୍ତି । ବିଶେଷ କରି ବୁଢା ବୁଢୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରି ସ୍ଥଳେ ଗରିବ ଲୋକଙ୍କୁ କମ୍ବଳ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, କଟକ ଆଇଟିଆଇର ପଦସ୍ଥ ଅଧିକାରୀ ଗୀତାଞ୍ଜଳି ସାହାଣୀଙ୍କ ସହ ମିଶି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମର ବିଜୟ ପ୍ରଧାନ, ବିପ୍ର ନାୟକ, ସୁମିତ୍ରା ନାୟକ, ଅକ୍ଷଡି ମୁଣ୍ଡା ଗ୍ରାମର ଯମୁନା ମଲିକ, ଗଣେଶ ମଲିକ, ବାଲରସେନ୍ ମଲିକ, ଓ ଭେଟଖୋଲ ଗ୍ରାମର ଉର୍ମିଲା ବେହେରା, ବିବଚ୍ଛ ନାୟକ, ବୀର ବେହେରା, ଅଙ୍ଗଦ ନାୟକ, ବିପିନ ବିହାରୀ ଗଣ୍ଡା, ଶୁକ ଦେବ ବେହେରା, ବିରଞ୍ଚି ବେହେରା, ରେବତୀ କହ୍ନର, ରେବତୀ ମଲିକ, ଚଇତ ଗଣ୍ଡା, ଲିଲି ବେହେରା, ବାଳକ ରଣା ଓ ରମ୍ଭା କହ୍ନର ପ୍ରମୁଖ ଗରିବ ନିଃସହାୟ ବୁଢା ବୁଢ଼ୀ ଲୋକଙ୍କୁ ଶୀତବସ୍ତ୍ର ଓ ବିସ୍କୁଟ ଆଦି ପ୍ରଦାନ କରିଥିଲେ। ଶୀତ ବସ୍ତ୍ର ପାଇ ଲୋକେ ଖୁସି ଅନୁଭବ କରିବା ସହ ଶୀତରୁ ଏବେ ରକ୍ଷା ମିଳିବ ବୋଲି କହିଥିଲେ। ଅନ୍ୟ ମାନଙ୍କ୍ ମଧ୍ୟରେ ନାଏବ ସରପଞ୍ଚ ଗଣେଶ ପ୍ରଧାନ, ଯୁବ ସାମାଜ ସେବୀ ବିବେକାନନ୍ଦ ଗଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories