www.samajalive.in
Sunday, December 14, 2025
19.1 C
Bhubaneswar

୩୩ତମ ଅଲ୍ ଓଡ଼ିଶା ଫୁଟବଲ : ରାଉରକେଲା ଚମ୍ପିଆନ

 ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ବୋମାଲୋଇ ପଞ୍ଚାୟତ ତିଳେଇମାଲ ଓରାମପଡ଼ା ଠାରେ ୩୩ତମ ଅଲ୍ ଓଡ଼ିଶା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ତିଳେଇମାଲ ଓରାମ ପଡ଼ା ଜୟ ବଜରଙ୍ଗ କ୍ଲବ ପକ୍ଷରୁ  ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଫାଇନାଲ ମ୍ୟାଚ୍ ରେ ରାଉରକେଲା ଦଳ ସମ୍ବଲପୁର ଦଳକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଖେଳ ଶେଷରେ ଅନୁଷ୍ଠିତ ଟ୍ରଫି ପ୍ରଦାନ ଉତ୍ସବରେ ବିଜେଡି ନେତା ଵିଶାଲ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।
ବ୍ଳକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଇଂ ଗାନ୍ଧୀ ବେହେରା, ଜିଲ୍ଲା ସାଧାରଣ ସଂପାଦକ ମହେନ୍ଦ୍ର ଓରାମ, ରେଙ୍ଗାଲି ଜୋନ୍ ୧ ଜିଲ୍ଲା ପରିଷଦ ସଭ୍ୟ ଚୋଳଶ୍ରୀ ମାହାନନ୍ଦ, ବିଜେଡି ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଜେଡି ବ୍ଳକ ଯୁବ ସଭାପତି ଦୟାନିଧି ଭଇଁସାଲ, ଶେଷଦେଵ ପଧାନ, ପ୍ରମୋଦ ପଧାନ, ଅସିତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଚମ୍ପିଆନ ରାଉରକେଲା ଦଳ କୁ ୩୦ହଜାର ଟଙ୍କା ସହ ଚମ୍ପିଆନ ଟ୍ରଫି ଓ ପରାଜିତ ସମ୍ବଲପୁର ଦଳକୁ ୨୦ହଜାର ଟଙ୍କା ସହ ରନର୍ସ ଅଫ୍ ଟ୍ରଫି ମଞାସୀନ  ଅତିଥିମାନେ ପ୍ରଦାନ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories