www.samajalive.in
Sunday, December 14, 2025
26.1 C
Bhubaneswar

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ନେଇ ପତ୍ନୀ ଥାନାରେ ଫେରାଦ, ସ୍ୱାମୀ ଗିରଫ

ସମ୍ବଲପୁର : ପୂର୍ବରୁ ବିବାହିତା ସ୍ତ୍ରୀ ସହିତ ୩ଟି ପୁତ୍ର ସନ୍ତାନ ଥିବା ସତ୍ୱେ ସ୍ୱାମୀ ଲୁଚି ଛପି ଦ୍ୱିତୀୟ ବିବାହ କରିବା ଭଳି ଏକ ଘଟଣା ସମ୍ବଲପୁରରେ ସମ୍ମୁଖକୁ ଆସିଛି । ଅଇଁଠାପାଲି ଥାନା ଅର୍ନ୍ତଗତ ପରଧିଆପାଲି ନିବାସୀ ଗୋପାଳ ସାହୁ ପ୍ରାୟ ୧୦ ବର୍ଷ ତଳେ ନିବେଦିତା ସାହୁଙ୍କୁ ବିବାହ କରିଥିଲେ। ଥାନାରେ ନିବେଦିତା ଦେଇଥିବା ଅଭିଯୋଗ ଅନୁଯାୟୀ, ବିବାହ ପରେ ସେମାନଙ୍କର ୩ଟି ପୁତ୍ର ସନ୍ତାନ ଥିବା ବେଳେ କିନ୍ତୁ ସ୍ୱାମୀ ଗୋପାଳ ସ୍ତ୍ରୀ ନିବେଦିତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସିବା ସହିତ ଜୀବନରେ ମାରିଦେବାକୁ ଧମକଚମକ ଦେଇ ଆସୁଛନ୍ତି । ସୋମବାର ପୀଡିତା ମହିଳା ଖବର ପାଇଥିଲେ ଯେ, ତାଙ୍କର ଅଜାଣତରେ ସ୍ୱାମୀ ଗୋପାଳ ଗତ ୨୪ ତାରିଖରେ ଝାରସୁଗୁଡା ଜିଲାର ବ୍ରଜରାଜନଗର ଅଞ୍ଚଳର ଜଣେ ଝିଅଙ୍କୁ ବିବାହ କରିବା ପରେ ସ୍ଥାନୀୟ ବୁଢ଼ାରଜା ଅଞ୍ଚଳରେ ଏକ ଭଡା ଘରେ ଏକତ୍ର ରହୁଛନ୍ତି । ଏହି ବିବାହର ଫଟୋ ଭାଇରାଲ ହେବାରୁ ସେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଏଣୁ ସେ ଏହାର ପ୍ରତିବାଦ କରିବା ସହିତ ଥାନାରେ ଦ୍ୱାରସ୍ଥ ହୋଇ ତାଙ୍କର ଓ ୩ ଜଣ ଛୁଆ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏ ନେଇ ଅଭିଯୋଗ ହେବାର ପରେ ଅଇଁଠାପାଲି ଥାନାରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଗୋପାଳ ସାହୁ ଗିରଫ କରିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories