www.samajalive.in
Monday, December 15, 2025
16.1 C
Bhubaneswar

ଭିିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଥାନା ଆଇଛି, ନଗଦ ୭.୫ଲକ୍ଷ ଟଙ୍କା ଜବତ

ଜୟପୁର: ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଆଇଆଇସି ସୁଶାନ୍ତ ଶତପଥୀ। ବସରେ ନଗଦ ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଅଟକ ରଖାଯାଇଛି। ଆଇଆଇସି ସୁଶାନ୍ତ ଶତପଥୀଙ୍କଠାରୁ ନଗଦ ୨ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଜିଲାର ବୈପାରୀଗୁଡ଼ାରୁ କଟକ ଆସୁଥିବା ଏକ ବସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁର ନିକଟରେ ବସକୁ ଅଟକାଇ ଚଢ଼ାଉ କରାଯାଇଥିଲା ଏବଂ ବୈପାରୀଗୁଡ଼ା ଆଇଆଇସିଙ୍କଠାରୁ ୨ଲକ୍ଷ ୭୦ହଜାର ଟଙ୍କା ନଗଦ ଜବତ କରାଯାଇଥିଲା, ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ସେହିପରି ତାଙ୍କର କାର୍ଯ୍ୟାଳୟ ତନଖିବେଳେ ସେଠାରୁ ୧ଲକ୍ଷ ୮୦ହଜାର ଟଙ୍କା ଜବତ ହୋଇଥିଲା।

- Advertisement -

ସେହିପରି ତାଙ୍କର ସରକାରୀ କ୍ବାଟରରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି। ତାଙ୍କଠାରୁ ମୋଟ ୭.୫ଲକ୍ଷ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଅଟକ ରଖାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories