www.samajalive.in
Sunday, December 14, 2025
19.1 C
Bhubaneswar

ନାରୀ ନିର୍ଯ୍ୟାତନା ନିବାରଣ ସଚେତନତା

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟର ଆନୁକୁଲ୍ୟରେ ଯୋରନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ଆନ୍ତର୍ଜାତୀୟ ନାରୀ ନିର୍ଯ୍ୟାତନା ନିବାରଣ ସଚେତନତା ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌‌ ଅସଲମ୍‌‌ ସଂଯୋଜନା କରି ନାରୀ ଓ ଝିଅମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅତ୍ୟାଚାର ସଭ୍ୟ ସମାଜ ପାଇଁ କଳଙ୍କ ବୋଲି ମତବ୍ୟକ୍ତ କରିଥିଲେ। ସମାଜରେ ପ୍ରଚଳିତ ନିୟମ କେତେକ କ୍ଷେତ୍ରରେ ନାରୀ ଓ ଝିଅମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ସେମାନଙ୍କର ପ୍ରଗତିରେ ବାଧକ ସାଜୁଛି। କନ୍ୟା ଭୃଣ ହତ୍ୟା ଓ ବାଲ୍ୟ ବିବାହ ଭଳି କୁପ୍ରଥା ସେମାନଙ୍କୁ ଅଧିକରୁ ଅଧିକାରକୁ ସଙ୍କୁଚିତ କରୁଛି । ନାରୀ ଯେପରି କୌଣସି କ୍ଷେତ୍ରରେ ଅତ୍ୟାଚାରିତ ନହୁଏ ଓ ନିର୍ଯ୍ୟାତନାର ଶିକାର ନହୁଏ ସେ ଦିଗରେ ସମସ୍ତେ ସଚେତନ ଓ ଯତ୍ନବାନ ହେବା ଆବଶ୍ୟକ ହେବେ ବୋଲି ସେ ମତବ୍ୟକ୍ତ କରିଥିଲେ । ସମାଜରେ ନାରୀକୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ଦେବା ପାଇଁ ବ୍ୟାପକ ଜନଜାଗରଣ ଓ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇଙ୍କ ସମେତ ଯୋରନ୍ଦା ସେକ୍ଟରର ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସିଏଚଓ, ଅଙ୍ଗନବାଡି, ଆଶାକର୍ମୀ, ବହୁ ମହିଳା ଏସଏଚଜି ସଦସ୍ୟ ଓ ଗାଁ କଲ୍ୟାଣ କମିିଟିର ସଦସ୍ୟ ଯୋଗ ଦେବା ସହ ଏକ ସଚେତନତା ସଭା ଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories