www.samajalive.in
Monday, December 15, 2025
26.1 C
Bhubaneswar

ରାଜପଥ ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥର ମଙ୍ଗୁଳି ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ  ସଂପ୍ରସାରଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚୌଦ୍ୱାର ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି, ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସ୍ଥାନୀୟ ସାଂସଦ ତଥା ପାର୍ଲ୍ୟାମେଣ୍ଟ ଏନ୍ଏଚ୍ଏଆଇ କମିଟି ସଦସ୍ୟ ଭତ୍ତୃହରି ମହତାବ ଯୋଗଦେଇ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ନିର୍ମାଣରେ ବିଳମ୍ବ ହେଉଥିବାର କାରଣ ଓ ରାଜପଥ ସହ ଜଡିତ ବିଭିନ୍ନ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଦୀର୍ଘଦିନ ହେବ କଳିଙ୍ଗ ଛକଠାରେ ରାଜରାସ୍ତାର ଉଭୟ ପାର୍ଶ୍ବରେ ସ୍ଥାନୀୟ କମ୍ଫାନୀର ଜଳଯାଗାଣ ପାଇପ ଓ ଅନ୍ୟାନ୍ୟ କେବୁଲ ତଥା ଚୌଦ୍ୱାର ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ ପାଇପ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଥିବା ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ଦର୍ଶାଇଥିବା ବେଳେ ଏକମାସ ଭିତରେ ସ୍ଥାନୀୟ କମ୍ପାନୀ କର୍ତ୍ତୃପକ୍ଷ ଓ ଜନସ୍ୱାସ୍ଥ୍ୟ ବିଭାଗ ଏହାକୁ ହଟାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସମସ୍ତ ବିଭାଗ ତଥା ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗ ରହିଲେ ଖୁବ ଶିଘ୍ର ଚୌଦ୍ୱାର ସହର ରାସ୍ତା ସଂପୂର୍ଣ୍ଣ ହେବବୋଲି ଏନଏଚ୍ଆଇର ବରିଷ୍ଠ ଅଧିକାରୀ ମାନେ ମତପ୍ରକାଶ କରିଥିଲେ।

ଏହି ସମୀକ୍ଷା ବୈଠକରେ ଏନ୍ଏଚ୍ଏଆଇର କ୍ଷେତ୍ରୀୟ ଅଧିକାରୀ, ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଢ଼େଙ୍କାନାଳ ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଜେ. ଡ଼ି. ବର୍ମା, ଭୁବନେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ୱର ରାଓ, କଟକ ଜିଲ୍ଲାପାଳ ନରହରି ସେଠୀ, ଡୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ, ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ପ୍ରମୁଖ ଯୋଗଦେଇ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିବା ସହିତ କାର୍ଯ୍ୟ ସମ୍ପନ୍ନ ଦିଗରେ ନିଜ ନିଜ ବିଭାଗ ତରଫରୁ ଆନୁସଙ୍ଗିକ କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଓ ବିବରଣୀ ପ୍ରଦାନ କରିଥିଲେ । ମହାନଦୀ ନର୍ଥ ଡିଭିଜନ, ପୁର୍ତ୍ତ ଓ ଗୃହ ନିର୍ମାଣ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମୀଣ ଜଳଯୋଗାଣ ବିଭାଗ, ବିଦ୍ୟୁ୍ତ ବିଭାଗ ଆଦିର ଅଧିକ୍ଷଣ ଯନ୍ତ୍ରୀ ସମୁହ, ଚୌଦ୍ୱାର ଓ ଆଠଗଡ଼ ତହସିଲଦାର, ଚୌଦ୍ୱାର ଆଇଆଇସି, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ବହୁ କାଉନସିଲରଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଏହି ବୈଠକରେ ଯୋଗ ଦେଇଥିଲେ ।ର୍ କାଉନସିଲର ଆଶୁତୋଷ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ପରେ ମନ୍ତ୍ରୀ ଓ ସାଂସଦ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ କଳିଙ୍ଗ ଛକରୁ ଖୁଣ୍ଟୁଣୀ ପର୍ଯ୍ୟନ୍ତ ରାଜପଥର ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories