www.samajalive.in
Monday, December 15, 2025
14.1 C
Bhubaneswar

ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ଦାବୀରେ ଗଣଧାରଣା

ଫୁଲବାଣୀ: ଦୀର୍ଘ ବର୍ଷ ତଳେ ଗ୍ରାମକୁ ଯିବା ପାଇଁ ନିର୍ମାଣ କରାଯାଇଥିଲା ଏକ ପୋଲ। ଏବେ ପ୍ରାୟ ୧୫ ବର୍ଷ ତଳୁ ତାହା ଭାଙ୍ଗି ଗଲାଣି। ମରାମତି କିମ୍ବା ପୁନଃ ନିର୍ମାଣ ପାଇଁ ପଦକ୍ଷେପ ନେଇନି ପ୍ରଶାସନ। ଫଳରେ ଏହି ରାସ୍ତା ଦେଇ ଯାତାୟାତ ପାଇଁ ଗ୍ରାମବାସୀଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲୋକେ ସରକାରୀ କାର୍ଯ୍ୟ ପାଇଁ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯାଇ ପାରୁ ନାହାନ୍ତି। ପିଲାଏ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ପୋଲକୁ ମରାମତି କରିବା କିମ୍ବା ପୁନଃ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ହେଲା ଦାବୀ କରି ଆସୁଛନ୍ତି ଗ୍ରାମବାସୀ। ଗତ ୩ ତାରିଖରେ ଏ ନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିଲା। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଫଳରେ ଆଜି ଶତାଧିକ ଗ୍ରାମବାସୀ ଫୁଲବାଣୀ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ଅଭିଯୋଗ ଅନୁଯାୟୀ, ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର କୁସୁମବାଟା, ମୁଣ୍ଡୁମାସ୍କା, ପାଜିଗୁଡା ଓ ସଲାଗୁଡା ଗ୍ରାମ ଜିଲ୍ଲା ମୂଖ୍ୟାଳୟ ଠାରୁ ପ୍ରାୟ ୨୫ କିମି ଦୂରରେ ରହିଛି। ୩୭ ବର୍ଷ ତଳେ କୁସୁମବାଟା ଓ ମୁଣ୍ଡୁମାସ୍କା ରାସ୍ତାରେ ଏକ ପୋଲ ନିର୍ମାଣ କରାଯାଇଥିଲା। ତେବେ ଏହି ପୋଲ ୧୫ ବର୍ଷ ତଳୁ ଭାଙ୍ଗି ଯାଇଛି, ଆଉ ମରାମତି ହେଉନାହିଁ। ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ତେଣୁ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ବିଶେଷ କରି ବର୍ଷା ଦିନେ ଏହି ଗ୍ରାମ ଗୁଡିକ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡୁଛି। ଓ୍ବାର୍ଡ ସଭ୍ୟ ବସନ୍ତ କହଁରଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଗ୍ରାମବାସୀ ଫୁଲବାଣୀ ଆସି ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ପୁଣିଥରେ ଦାବୀପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories