www.samajalive.in
Monday, December 15, 2025
16.1 C
Bhubaneswar

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ

କେନ୍ଦୁଝରଗଡ଼ :  ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ତୁରନ୍ତ ବଦଳି, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନସନ ଯଥା ସମୟରେ ପ୍ରଦାନ, ଅତିଥି ଶିକ୍ଷକ ନିଯୁକ୍ତିରେ ଅହେତୁକ ବଳମ୍ବ ଯୋଗୁଁ ହଜାର ହଜାର ଛାତ୍ର ଛାତ୍ରୀଙ୍କ କ୍ଷତି ନିମନ୍ତେ ଦାୟୀ କିଏ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଆରଏସିପି ଓ ଏମଏସିପି ଧାର୍ଯ୍ୟ ସମୟରେ ମଞ୍ଜୁର ସହ ଦରମା ପୁନଃ ନିର୍ଦ୍ଧାରଣ, ଧାର୍ଯ୍ୟ ସମୟରେ ଜିଆଇଏସ୍‌‌ ପ୍ରଦାନ ଏବଂ ଅବସରପ୍ରାପ୍ତ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ ଦାବିରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଓଡିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ଯୋଗଦେଇ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ମତ ପ୍ରଦାନ କରିଥିଲେ। ଆନ୍ଦୋଳନ ବ୍ୟାପକ ମୋଡ ନେବା ଜାଣି ଜିଲା ଶିକ୍ଷା ଅଧିକାରୀ ନିଜେ ଆନ୍ଦୋଳନସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ଆଲୋଚନା ପାଇଁ କାର୍ଯ୍ୟାଳୟକୁ ଆମନ୍ତ୍ରଣ କରିଥିଲେ। ସଂଘ ସଭାପତି ଶ୍ରୀ ଚକ୍ରଙ୍କ ନେତୃତ୍ୱରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ଉପସଭାପତି ପ୍ରସନ୍ନ କୁମାର ରଥ, କାର୍ଯ୍ୟକାରୀ ସଭାପତି ଚିନ୍ତାମଣି ଜେନା, ଓଷ୍ଟା କେନ୍ଦୁଝର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, କୋଷାଧ୍ୟକ୍ଷ ମଦନମୋନ ଦ୍ୱିବେଦୀ, ଓଷ୍ଟା ପ୍ରାକ୍ତନ ସଭାପତି ଶାନ୍ତନୁ କୁମାର ମିଶ୍ର, ଜିଲା ସଂଯୋଜକ କ୍ଷୀରୋଦ କୁମାର ରାଉତ, ଉପଦେଷ୍ଟା ଶରତ କୁମାର ମଶ୍ର, ସଦସ୍ୟ ସ୍ୱପ୍ନେଶ୍ୱର ସାହୁ, ଅକ୍ଷୟ କୁମାର ମହାକୁଡ, ନଳିନୀ ଚନ୍ଦ୍ର ଘଣା, କାଶୀନାଥ ମହାନ୍ତ, ଦିଗାମ୍ବର ଗିରି ପ୍ରମୁଖ ଜିଲା ଶିକ୍ଷା ଅଧିକାରୀଙ୍କ ସହ ୬ଦଫା ଦାବି ପୁରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆସନ୍ତା ମାସକ ମଧ୍ୟରେ ସମସ୍ତ ଦାବି ପୁରଣ ନେଇ ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାଏକ ସଂଘ ନେତାଙ୍କୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ସଂଘ ସମ୍ପାଦକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ପ୍ରତିଶ୍ରୁତି ମୁତାବକ ମାସକ ମଧ୍ୟରେ ସମସ୍ତ ୬ଗୋଟି ଦାବି ପୁରଣ ନହେଲେ ପୁଣିଥରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଘେରାଉ ସହ ଅଚଳ କରାଯାଇ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସମ୍ପାଦକ ଶ୍ରୀ ପଣ୍ଡା ଚେତାଇ ଦେଇଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories