www.samajalive.in
Monday, December 8, 2025
14.1 C
Bhubaneswar

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣା, ଗୋଟିଏ ବଳଦ ସହିତ ଜଣେ ମୃତ

ଠାକୁରମୁଣ୍ଡା: ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣା ଘଟିବାରୁ ଗୋଟିଏ ବଳଦ ସହିତ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଠାକୁରମୁଣ୍ଡା ଠାରୁ ୩ କିମି ଦୂର ନଂ୫୩ ରାଜ୍ୟ ରାଜପଥ ରାସ୍ତା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଜୁଆଳିକଟା ଛକ ନିକଟରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅପ୍ ଭ୍ୟାନ ଓଲଟି ପଡ଼ିଥିଲା। ଫଳରେ ପିକଅପ୍‌ ଭ୍ୟାନର ହେଲପରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମଧ୍ୟ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଏହାସହିତ କେତେକ ଗୋରୁ ଆହତ ହୋଉଥିବାର ଜଣା ଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପିକଅପ୍‌ ଭ୍ୟାନର ଡ୍ରାଇଭର ଫେରାର ହୋଇ ଯାଇଥିଲା।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ପଟୁ ଏକ ପିକଅପ୍‌ ପ୍ରାୟ ୧୨/୧୩ ଟି ଗୋରୁ ବୋଝେଇ ମୀତ କରଞ୍ଜିଆ ଆଡକୁ ଯାଉଥିଲା। ଜୁଆଳିକଟା ଛକ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ହେଲପରଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ଦୁର୍ଘଟଣାରେ ଆହତ ଗୋରୁଙ୍କ ଚିକିତ୍ସା ପାଇଁ ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସାଳୟର ଆମ୍ବୁଲାନ୍ସ ଯାଇ ଚିକିତ୍ସା କରୁଛି। ଅନ୍ୟପଟେ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories