www.samajalive.in
Thursday, December 11, 2025
13.1 C
Bhubaneswar

ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଚୌଦ୍ୱାର: ବାର୍ଷିକୋତ୍ସବ ଆୟୋଜନ ପାଇଁ ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଘ ସଭାପତି ଭାଗିରଥୀ ମିଶ୍ରଙ୍କ ପୌରୋହିତ୍ୟରେ କଳିଙ୍ଗ ବଜାର ତ୍ରିନାଥ ମନ୍ଦିରରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ସୁକାନ୍ତ କୁମାର ମହାନ୍ତି ଉତ୍ସବ ଆୟୋଜନ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ଡିସେମ୍ବର ୯ ତାରିଖରେ ଓଟିଏମ୍‌‌ ହାଇସ୍କୁଲରେ ଉତ୍ସବ ଆୟୋଜନ ପାଇଁ ବୈଠକରେ ସ୍ଥିର କରାଯାଇ ଉତ୍ସବ ଏଥିପାଇଁ ଅତିଥି ନିମନ୍ତ୍ରଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପାଣ୍ଠି ସଂଗ୍ରହ, ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ ଆଦି ସମ୍ପର୍କରେ ସଦସ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଅତିଥି ଶିକ୍ଷକ ମାନଙ୍କୁ ନିୟମିତ ମାସିକ ପ୍ରାପ୍ୟ ପ୍ରଦାନ ଓ ପ୍ରାକ୍ତନ ସରକାରୀ କର୍ମଚାରୀ ମାନଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସହ ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ ବିବରଣୀ ପାଠକରିଥିଲେ ଏବଂ ପୂର୍ଣ୍ଣଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୋଜକ ଅକ୍ଷୟ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories